ୟୁକ୍ରେନ୍ ଯୁଦ୍ଧରେ ଆଖି ବୁଜିଲେ ଆଉ ଜଣେ ଭାରତୀୟ ଛାତ୍ର, ସନ୍ଧ୍ୟା ସୁଦ୍ଧା ଖାର୍କିଭ ଛାଡ଼ିବାକୁ ନିର୍ଦ୍ଦେଶ

1 min read
Another Indian Students Dies In Ukraine Russia War

କିଭ୍: ଯୁଦ୍ଧ ଭିତରେ ଭାରତ ପାଇଁ ଆଉ ଏକ ଖରାପ ଖବର । ଋଷ-ୟୁକ୍ରେନ୍ ଯୁଦ୍ଧରେ ଆଖି ବୁଜିଛନ୍ତି ଆଉ ଜଣେ ଭାରତୀୟ ଛାତ୍ର । ସୂଚନା ଅନୁସାରେ, ବୁଧବାର ୟୁକ୍ରେନରେ ପଞ୍ଜାବର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ଖାର୍କିଭରେ ଋଷ ସେନାର ବୋମାମାଡ଼ରେ କର୍ଣ୍ଣାଟକରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ବଙ୍କରରୁ ବାହାରି ଖାଦ୍ୟ ଆଣିବାକୁ ଯାଇଥିବା ବେଳେ ବୋମାମାଡ଼ କରିଥିଲେ ଋଷ ସୈନିକ ।

ଏଥିସହ ପଢ଼ନ୍ତୁ: ଋଷ-ୟୁକ୍ରେନ୍ ଯୁଦ୍ଧ, ବୋମାମାଡ଼ରେ ଆଖି ବୁଜିଲେ ଭାରତୀୟ ଛାତ୍ର

ଅନ୍ୟପଟେ ୟୁକ୍ରେନ୍ ଉପରେ ଆଖିବୁଜା ଆକ୍ରମଣ କରି ଚାଲିଛି ଋଷ । ଯୁଦ୍ଧର ସପ୍ତମ ଦିନରେ ୟୁକ୍ରେନ୍ ରାଜଧାନୀ କିଭ ଉପରେ ଆକ୍ରମଣ ଜାରି ରହିଛି । ଯୁଦ୍ଧ ଭିତରେ ଆଖି ବୁଜିଛନ୍ତି ଦ୍ୱିତୀୟ ଭାରତୀୟ ଛାତ୍ର । ମଙ୍ଗଳବାର ଆକ୍ରମଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଥିଲେ ।

ଅନ୍ୟପଟେ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରୀ ଜାରି ହୋଇଛି । ଖାର୍କିଭରେ ଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ସେ ସ୍ଥାନ ସୁରକ୍ଷା ଦୃଷ୍ଟିରୁ ଛାଡ଼ିବାକୁ କୁହାଯାଇଛି । ଖାର୍କିଭ ଚାଡ଼ି ପେସୋଚିନ୍, ବାବଇ ଓ ବେଜଲ୍ୟୁଡୋଭକାକୁ ଚାଲି ଯିବାକୁ ଭାରତୀୟ ଦୂତାବାସ ନିର୍ଦ୍ଦେଶ ଦେଇଛି । କୌଣସି ବି ପରିସ୍ଥିତିରେ ୟୁକ୍ରେନ୍ ସମୟ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଖାର୍କିଭ୍ ଛାଡ଼ି ପହଞ୍ଚିବାକୁ କୁହାଯାଇଛି ।

Leave a Reply