ୟୁକ୍ରେନ୍ ଯୁଦ୍ଧରେ ଆଖି ବୁଜିଲେ ଆଉ ଜଣେ ଭାରତୀୟ ଛାତ୍ର, ସନ୍ଧ୍ୟା ସୁଦ୍ଧା ଖାର୍କିଭ ଛାଡ଼ିବାକୁ ନିର୍ଦ୍ଦେଶ
1 min readକିଭ୍: ଯୁଦ୍ଧ ଭିତରେ ଭାରତ ପାଇଁ ଆଉ ଏକ ଖରାପ ଖବର । ଋଷ-ୟୁକ୍ରେନ୍ ଯୁଦ୍ଧରେ ଆଖି ବୁଜିଛନ୍ତି ଆଉ ଜଣେ ଭାରତୀୟ ଛାତ୍ର । ସୂଚନା ଅନୁସାରେ, ବୁଧବାର ୟୁକ୍ରେନରେ ପଞ୍ଜାବର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ଖାର୍କିଭରେ ଋଷ ସେନାର ବୋମାମାଡ଼ରେ କର୍ଣ୍ଣାଟକରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ବଙ୍କରରୁ ବାହାରି ଖାଦ୍ୟ ଆଣିବାକୁ ଯାଇଥିବା ବେଳେ ବୋମାମାଡ଼ କରିଥିଲେ ଋଷ ସୈନିକ ।
ଏଥିସହ ପଢ଼ନ୍ତୁ: ଋଷ-ୟୁକ୍ରେନ୍ ଯୁଦ୍ଧ, ବୋମାମାଡ଼ରେ ଆଖି ବୁଜିଲେ ଭାରତୀୟ ଛାତ୍ର
ଅନ୍ୟପଟେ ୟୁକ୍ରେନ୍ ଉପରେ ଆଖିବୁଜା ଆକ୍ରମଣ କରି ଚାଲିଛି ଋଷ । ଯୁଦ୍ଧର ସପ୍ତମ ଦିନରେ ୟୁକ୍ରେନ୍ ରାଜଧାନୀ କିଭ ଉପରେ ଆକ୍ରମଣ ଜାରି ରହିଛି । ଯୁଦ୍ଧ ଭିତରେ ଆଖି ବୁଜିଛନ୍ତି ଦ୍ୱିତୀୟ ଭାରତୀୟ ଛାତ୍ର । ମଙ୍ଗଳବାର ଆକ୍ରମଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଥିଲେ ।
URGENT ADVISORY TO ALL INDIAN NATIONALS IN KHARKIV.
FOR THEIR SAFETY AND SECURITY THEY MUST LEAVE KHARKIV IMMEDIATELY.
PROCEED TO PESOCHIN, BABAYE AND BEZLYUDOVKA AS SOON AS POSSIBLE.
UNDER ALL CIRCUMSTANCES THEY MUST REACH THESE SETTLEMENTS *BY 1800 HRS (UKRAINIAN TIME) TODAY*.— India in Ukraine (@IndiainUkraine) March 2, 2022
ଅନ୍ୟପଟେ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରୀ ଜାରି ହୋଇଛି । ଖାର୍କିଭରେ ଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ସେ ସ୍ଥାନ ସୁରକ୍ଷା ଦୃଷ୍ଟିରୁ ଛାଡ଼ିବାକୁ କୁହାଯାଇଛି । ଖାର୍କିଭ ଚାଡ଼ି ପେସୋଚିନ୍, ବାବଇ ଓ ବେଜଲ୍ୟୁଡୋଭକାକୁ ଚାଲି ଯିବାକୁ ଭାରତୀୟ ଦୂତାବାସ ନିର୍ଦ୍ଦେଶ ଦେଇଛି । କୌଣସି ବି ପରିସ୍ଥିତିରେ ୟୁକ୍ରେନ୍ ସମୟ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଖାର୍କିଭ୍ ଛାଡ଼ି ପହଞ୍ଚିବାକୁ କୁହାଯାଇଛି ।