spot_img

Latest Posts

୨୦୨୪ ନିର୍ବାଚନ; ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଭାରତୀୟ ବଂଶୋଦ୍ଭବ

ୱାଶିଂଟନ: ଆମେରିକୀୟ ଭାରତୀୟ ଉଦ୍ୟୋଗୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ଆମେରିକାର ରାଷ୍ଟ୍ରପତି ପଦ ଲାଗି ଲଢିବେ ନିର୍ବାଚନ। ଦେଶକୁ ଆଗେଇ ନେବାର ପ୍ରତିଶ୍ରୁତି ସହ ଚୀନ ଉପରେ ନିର୍ଭରଶୀଳତାର ଅନ୍ତ ଘଟାଇବା ଲାଗି ଦେଇଛନ୍ତି ପ୍ରତିଶ୍ରୁତି। ପୂର୍ବରୁ ରିପବ୍ଲିକାନ ଦଳର ନିକ୍କି ହାଲେ ରାଷ୍ଟ୍ରପତି ନିର୍ବାଚନ ଲଢିବା ଲାଗି ସୂଚନା ଦେଇଥିବାବେଳେ ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇଛନ୍ତି ବିବେକ।

ଓହିଓର ଜେନେରାଲ ଇଲେକ୍ଟ୍ରିକ ପ୍ଲାଣ୍ଟରେ କାର୍ଯ୍ୟରତ ବିବେକଙ୍କ ବୟସ ୩୭ ବର୍ଷ ହୋଇଥିବାବେଳେ ତାଙ୍କ ପୈତୃକ ରାଜ୍ୟ ହେଉଛି କେରଳ । ପୂର୍ବରୁ ସାଉଥ କାରୋଲିନାର ପୂର୍ବତନ ଗଭର୍ଣ୍ଣର ତଥା ଜାତିସଂଘ ଲାଗି ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହାଲେ ରାଷ୍ଟ୍ରପତି ନିର୍ବାଚନ ଲଢିବା ଲାଗି ଘୋଷଣା କରିଥିଲେ।

କାରୋଲିନାର ଏକ ମଞ୍ଚରେ ଭାଷଣ ଦେଇ ସେ କହିଥିଲେ, ମୁଁ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ, ଯେ ଆମ ସମୟର ଦର୍ଶନକୁ ବାସ୍ତବ ରୂପ ଦେଇପାରିବା। କାରଣ ମୋର ପୁରା ଜୀବନବ୍ୟାପି ହିଁ ମୁଁ ସେଇ ସ୍ୱପ୍ନ ଦେଖିଛି। ମୁଁ ଜଣେ ବାଦାମୀ ରଙ୍ଗର ଝିଅ ଭାବେ କଳା-ଧଳା ଦୁନିଆରେ ବଢ଼ିଛି। ମୋ ପ୍ରତି ସମର୍ଥନର ପ୍ରତିଜ୍ଞା ଆମେରିକାରେ ମୁଁ ଦେଖିଛି।

ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ବିବେକ କହିଛନ୍ତି- ଆମେରିକୀୟମାନେ ବର୍ତ୍ତମାନ ଜାତୀୟ ପରିଚୟ ସଂକଟର ଦୋଛକିରେ ରହିଛନ୍ତି। ଏହାକୁ ଟାଳିବା ଲାଗି ସେ କାର୍ଯ୍ୟ କରିବେ। ପ୍ରତିଟି ଜୀବନରେ ଆମେରିକୀୟ ଭାବପ୍ରବଣତାକୁ ଭରି ଦେବା ଲାଗି ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Latest Posts

Don't Miss