ଡିପଥେରିଆ ନେଲା ଆଉ ଏକ ଶିଶୁର ଜୀବନ

ବ୍ରହ୍ମପୁର: ଚିନ୍ତା ବଢ଼ାଇଛି ଡିପଥେରିଆ । ଗୋଟିଏ ପରେ ଗୋଟିଏ ଶିଶୁଙ୍କ ନେଉଛି ଜୀବନ । ଡିପଥେରିଆ ଆକ୍ରାନ୍ତ ହୋଇ ଆଜି ଆଉ ଏକ ଶିଶୁର ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ତାରେ ଶିଶୁଟିର ମୃତ୍ୟୁ ଘଟିଛି । ମୃତ ଶିଶୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଚନ୍ତି ।

ଗୁରୁତର ଅବସ୍ଥାରେ କୋରାପୁଟରୁ ଗତକାଲି ଏମକେସିଜିରେ ଭର୍ତ୍ତି ହୋଇଥିଲେ ଶିଶୁ । ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲା ଶିଶୁଙ୍କୁ ଟୀକାକରଣ କରାଯାଉଛି । ଶିଶୁ ବିଭାଗରେ ଥିବା ରୋଗୀଙ୍କୁ ସଙ୍ଗରୋଧରେ ରଖିବାକୁ ବେଡ୍ ପ୍ରସ୍ତୁତ କରାଯାଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ପୂର୍ବରୁ ବ୍ରହ୍ମପୁରରେ ଡିପଥେରିଆରେ ଆକ୍ରାନ୍ତ ହୋଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ବ୍ରହ୍ମପୁରରେ ଡିପଥେରିଆରେ ମୃତ୍ୟୁ ସଂଖ୍ୟା ଏବେ ତିନିରେ ପହଞ୍ଚିଛି ।