spot_img

Latest Posts

ବ୍ରହ୍ମପୁରରେ ପୁଣି ଏକ ଚିଟଫଣ୍ଡ ଠକେଇ ; ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଧରି ଚମ୍ପଟ ମାରିଛି ଯୁବକ

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁରରେ ପୁଣି ଏକ ଚିଟଫଣ୍ଡ ଠକେଇ। ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଧରି ଚମ୍ପଟ ମାରିଛି ଯୁବକ। ଅଭିନବ ଉପାୟରେ ଠକେଇ କରି ଫେରାର ମାରିଛି । ବ୍ରହ୍ମପୁର ଶାସ୍ତ୍ରୀ ନଗର ୨ୟ ଲେନର ଜଣେ ଯୁବକ ଏକ ଗ୍ରୁପ୍ କରିଥିଲେ। ଏଥିରେ ପ୍ରାୟ ୩୦ଜଣ ସଦସ୍ୟ ରହି ମାସିକୁ ଲକ୍ଷ ଲକ୍ଷ ଟଙ୍କା ଜମା କରୁଥିଲେ। ଯାହାର ଲଟେରୀ ଉଠୁଥିଲା ତାଙ୍କ ଠାରୁ ସଂପୃକ୍ତ ଯୁବକ ସୁଧରେ ସେହି ଟଙ୍କାକୁ ନେଉଥିଲେ। ପ୍ରାୟ ଦୁଇ କୋଟି ଟଙ୍କା ବିଭିନ୍ନ ଲୋକଙ୍କ ଠାରୁ ନେବା ପରେ ଏବେ ପାଞ୍ଚଦିନ ହେଲା ସେ ଘର ଛାଡି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏହାସହ ଆଉ କିଛି ଲୋକଙ୍କୁ ମଧ୍ୟ ଉଚ୍ଚ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଛି। ଋଣଦାତାମାନେ ଫୋନ୍ କଲେ କାହାର ଫୋନ୍ ଧରୁନାହାନ୍ତି । କୌଣସି ପ୍ରକାର ଯୋଗାଯୋଗ ନହେବାରୁ ଋଣଦାତାମାନେ ଯୁବକଙ୍କ ଘର ଶାସ୍ତ୍ରୀ ନଗର ୨ୟ ଲାଇନ୍ ଯାଇଥିଲେ । ଘରଲୋକେ ମଧ୍ୟ ଏ ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ସଫେଇ ଦେଇଛନ୍ତି। ପରେ ୩୦ରୁ ଅଧିକ ଋଣଦାତା ବଡ଼ବଜାର ଥାନାରେ ଠକେଇକୁ ନେଇ ଏତଲା ଦେଇଛନ୍ତି। ପୋଲିସ ଏହାର ତଦନ୍ତ କରୁଥିବାବେଳେ ଫେରାର ଯୁବକଙ୍କୁ ଖୋଜିବା ଉଦ୍ୟମ ଜାରି ରଖିଛି।

Latest Posts

Don't Miss