ଭଣ୍ଡ ବାବା କୈଫ ଖାନ ନାଁରେ ଆଉ ଏକ ଠକେଇ ମାମଲା

କଟକ: କଟକର ଭଣ୍ଡ ବାବା କୈଫ ଖାନ ନାଁରେ ଆଉ ଏକ ଠକେଇ ମାମଲା ରୁଜ୍ଜୁ ହୋଇଛି। କେଶରପୁର ଅଞ୍ଚଳର ଶେଖ ଆଦିଲ ଦେଲେ ଲିଖିତ ଏତଲା। ତାଙ୍କ ଠାରୁ ଠକ ୫ଲକ୍ଷ ଠକି ନେଇଥିଲା। ଏହି ମାମଲାକୁ ମିଶାଇ ମଙ୍ଗଳାବାଗ ଓ ସଦରରେ ଭଣ୍ଡବାବା ବିରୁଦ୍ଧରେ ୬ଟି ମାମଲା ରୁଜ୍ଜୁ ହୋଇଛି। ଏବେ ୪ଦିନର ରିମାଣ୍ଡ ରେ ଅଛି କୈଫ୍ ।
ଆଜିଠୁ ୪ ଦିନିଆ ରିମଣ୍ଡରେ ନେଇଛି ପୋଲିସ୍। ଖୋଲିବ ଭଣ୍ଡ ତାନ୍ତ୍ରିକ କୈଫ ଖାନର କଳା ଦୁନିଆର ରହସ୍ୟ। କେବେଠାରୁ ଲୋକଙ୍କୁ ଠକୁଥିଲା ? କେଉଁଠି ଲଗାଇଛି ଲୋକଙ୍କୁ ଠକିଥିବା କୋଟି କୋଟି ଟଙ୍କା? କୈଫ୍ ପାଖରେ କେମିତି ପହଞ୍ଚୁଥିଲେ ଗ୍ରାହକ ? ଘରେ ମନ୍ତ୍ରତନ୍ତ୍ର ବେଳେ କାହିଁକି ଅନ୍ଧାର କରିବାକୁ କହୁଥିଲା କୈଫ?
ସେହିପରି ଲୋକଙ୍କୁ ମନ୍ତରା ପାଣି ଦେଇ ସମ୍ମୋହିତ କରୁଥିଲା କି ? ରିମାଣ୍ଡ ଅବଧି ମଧ୍ୟରେ ତାକୁ ସହଯୋଗ କରୁଥିବା ମଧ୍ୟସ୍ଥଙ୍କ ସଂପର୍କରେ ଅଧିକ ମଧ୍ୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ପୋଲିସ ।