ମମିତା ହତ୍ୟା ମାମଲାରେ ଆଉ ଜଣେ ଗିରଫ

ବଲାଙ୍ଗିର: ମମିତା ମେହେର ହତ୍ୟା ମାମଲାରେ ଆଉ ଜଣେ ଗିରଫ । ଅଭିଯୁକ୍ତ ଗୋବିନ୍ଦର ଡ୍ରାଇଭର ରାଧେ ଓରଫ ରାଧେଶ୍ୟାମ ଚଣ୍ଡୀକୁ ଗିରଫ କରି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ରାଧେ ଗୋବିନ୍ଦ ସହ ଗାତରେ ମମିତାଙ୍କ ମୃତ ଦେହ ପୋତି ଥିଲା ।

ଅନ୍ୟପଟେ ଡିଆଜି ଦୀପକ କୁମାର ଓ ବଲାଙ୍ଗିର ଏସପି ଗୋବିନ୍ଦ ସାହୁକୁ ଜେରା କରିଛନ୍ତି । ମମିତାଙ୍କୁ ପୋତା ଯାଇଥିବା ମହାଲିଙ୍ଗ ମିନି ଷ୍ଟାଡିୟମ ବୁଲି ସରଜମିନ ତଦନ୍ତ କରିଛନ୍ତି ଉଭୟ ଏସପି ଓ ଡିଆଇଜି । ଏହି ସମୟରେ ପୋଲିସ ହାତରେ ଦୁଇଟି ପୋଡ଼ା ସମଗ୍ରୀ ଲାଗିଛି । ମମିତାଙ୍କୁ ହତ୍ୟା କରାଯାଇଥିବା ଗାତରୁ ପୋଡ଼ା ଯାଇଥିବା ମୋବାଇଲ ମିଳିଥିବା ଚର୍ଚ୍ଚା ହେଉଛି ।

ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଜାରି ରହିଛି । ପରକୀୟା ପ୍ରୀତି ସଂପର୍କରେ ଜାଣି ଦେଇଥିବାରୁ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ସାହୁ । ମମିତାଙ୍କୁ ହତ୍ୟା କରିବା ପାଇଁ କରିଥିଲା ଫୁଲ୍ ପ୍ରୁଫ୍ ପ୍ଲାନ୍ । ୮ ତାରିଖରେ ଭବାନୀପାଟଣାରୁ କେଗାଁ ଫେରୁଥିବା ବେଳେ କାରରେ ହିଁ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ । ମମିତାଙ୍କୁ ମାରିବା ପରେ ମୃତଦେହ ଲୁଚାଇବାକୁ କରିଥିଲା ଯୋଜନା ।

Leave a Reply