ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୯ ହଜାର ୩୨୯ ଜଣ, ଖୋର୍ଦ୍ଧାରୁ ସର୍ବାଧିକ
1 min readଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ଦ୍ୱିତୀୟ ଥର ପାଇଁ ୧୨ ହଜାର ଉପରେ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାକୁ ହରାଇଛନ୍ତି ୯ ହଜାର ୩୨୯ ଜଣ । ଏଥିସହ ରାଜ୍ୟରେ କରୋନାରୁ ମୋଟ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ଭଳି ସୁସ୍ଥତାରେ ସବୁଠୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା ।
Another 9329 Covid patients have recovered and are being discharged on 14.05.2021
1214 from Khordha
1136 from Sundargarh
780 from Cuttack
487 from Bargarh
470 from Sambalpur
434 from Nuapada
410 from Kalahandi
384 from Anugul
384 from Jharsuguda
319 from Puri
313 from Bolangir— H & FW Dept Odisha (@HFWOdisha) May 14, 2021
ଖୋର୍ଦ୍ଧାରୁ ସର୍ବାଧିକ ୧୨୧୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୩୬, କଟକରୁ ୭୮୦, ବରଗଡ଼ରୁ ୪୮୭, ସମ୍ବଲପୁରରୁ ୪୭୦, ନୂଆପଡ଼ାରୁ ୪୩୪, କଳାହାଣ୍ଡିରୁ ୪୧୦, ଅନୁଗୁଳ ଓ ଝାରସୁଗୁଡ଼ାରୁ ୩୮୪ ଜଣ ଲେଖାଏଁ, ପୁରୀରୁ ୩୧୯, ବଲାଙ୍ଗିରରୁ ୩୧୩, ନବରଙ୍ଗପୁରରୁ ୩୧୨, ମୟୂରଭଞ୍ଜରୁ ୨୮୮, ଗଞ୍ଜାମରୁ ୨୬୧, ନୟାଗଡ଼ରୁ ୨୦୬, ବୌଦ୍ଧରୁ ୨୦୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
71 from Jajapur
53 from Kandhamal
52 from Bhadrak
33 from Deogarh
249 from State PoolThe total recovered cases of Odisha now stand at 491674
— H & FW Dept Odisha (@HFWOdisha) May 14, 2021
ସେହିଭଳି ରାୟଗଡ଼ାରୁ ୧୯୯, କେନ୍ଦ୍ରାପଡ଼ାରୁ ୧୯୦, ବାଲେଶ୍ୱରରୁ ୧୫୧, ଜଗତସିଂହପୁରରୁ ୧୪୭, ସୋନପୁରରୁ ୧୨୩, ଗଜପତିରୁ ୧୧୬, କେନ୍ଦୁଝରରୁ ୧୧୩, ଢେଙ୍କାନାଳରୁ ୯୦, କୋରାପୁଟ ଓ ମାଲକାନଗିରିରୁ ୭୨ ଜଣ ଲେଖାଏଁ, ଯାଜପୁରରୁ ୭୧, କନ୍ଧମାଳରୁ ୫୩, ଭଦ୍ରକରୁ ୫୨, ଦେବଗଡ଼ରୁ ୩୩ ଏବଂ ଷ୍ଟେଟ ପୁଲରୁ ୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।