ଆଉ ୮ହଜାର ୭୩୫ କରୋନା ସଂକ୍ରମିତ ଚିହ୍ନଟ: ୩୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର କରୋନା ସଂକ୍ରମଣ, ବଢୁଛି ସୁସ୍ଥତା ସଂଖ୍ୟା । ଦିନକରେ ୮ହଜାର ୭୩୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ୩୭ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଅନୁଗୁଳରୁ ସର୍ବାଧିକ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଓ କଟକରୁ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଖୋର୍ଦ୍ଧାରୁ ୩ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା ଓ ସୋନପୁରରୁ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କୋରାପୁଟ, ବଲାଙ୍ଗୀର, ଜଗପତି ଓ ଗଞ୍ଜାମରୁ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁସଂଖ୍ୟା ୨ହଜାର ୭୯୧କୁ ବୃଦ୍ଧି । ସେପଟେ କ୍ବାରେଣ୍ଟାଇନରୁ ୪ହଜାର ୮୯୨, ଲୋକାଲ କେସ୍ ୩ହଜାର ୮୪୩ ପଜିଟିଭ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨ଶହ୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୭୩, ବାଲେଶ୍ବରରୁ ୫୬୬, ଯାଜପୁରରୁ ୫୦୭, ଢେଙ୍କାନାଳରୁ ୫୦୩, ପୁରୀରୁ ୪୬୭, ଅନୁଗୁଳରୁ ୪୫୬, କେନ୍ଦ୍ରାପଡାରୁ ୩୮୭, ଜଗତସିଂହପୁରରୁ ୩୮୨, ମୟୂରଭଞ୍ଜରୁ ୩୪୨, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୨୮୫, ନବରଙ୍ଗପୁରରୁ ୨୬୪, କୋରାପୁଟରୁ ୨୫୫, ସୁନ୍ଦରଗଡ଼ରୁ ୨୪୪, ଷ୍ଟେଟପୁଲରୁ ୨୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୧୯୩, କେନ୍ଦୁଝରରୁ ୧୭୯, କଳାହାଣ୍ଡି ଓ ସମ୍ବଲପୁରରୁ ୧୭୭ଜଣ ଲେଖାଏଁ, ଝାରସୁଗୁଡାରୁ ୧୫୭, ଗଞ୍ଜାମ ଓ ସୋନପୁରରୁ ୧୫୬ଜଣ ଲେଖାଏଁ, ଭଦ୍ରକରୁ ୧୪୭, ବୌଦ୍ଧରୁ ୧୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୯୬, ରାୟଗଡ଼ାରୁ ୯୦, ଗଜପତିରୁ ୮୦, କନ୍ଧମାଳରୁ ୬୫, ଦେଓଗଡ଼ରୁ ୬୩, ବଲାଙ୍ଗୀରରୁ ୪୯, ନୂଆପଡାରୁ ୪୦ସଂକ୍ରମିତ ଚିହ୍ନଟ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୭୩ହଜାର ୭୩୨ । ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୮୦ହାଜର ୯୩୨ ।

Leave a Reply