ସୁସ୍ଥ ହେଉଛନ୍ତି କରୋନା ସଂକ୍ରମିତ, ଆକ୍ରାନ୍ତର ଅଧାଠୁ ଅଧିକ ଆରୋଗ୍ୟ

1 min read

ଭୁବନେଶ୍ୱର: କରୋନା କାଳରେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ଆଉ ୭୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୮୧୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଗଞ୍ଜାମରୁ ୧୧, ଯାଜପୁରରୁ ୫, ବାଲେଶ୍ୱରରୁ ୧୭, କଟକରୁ ୪, ଭଦ୍ରକରୁ ୨୮, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗିରରୁ ୨, ପୁରୀରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୬ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ରେ ପହଞ୍ଚିଛି । ଏବେ ୭୮୧ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚାଲିଛି ।

ଖୁସିର କଥା ହେଉଛି ରାଜ୍ୟରେ ମାର୍ଚ୍ଚ ୧୬ରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୫୯୩ରେ ପହଞ୍ଚିଥିବା ବେଳେ ମୋଟ ୮୧୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ସଂକ୍ରମିତ ସଂଖ୍ୟାଠାରୁ ଅଧିକ ।

ପୁଣି ୭୯ କରୋନା ସଂକ୍ରମିତ ଚିହ୍ନଟ: ସୋନପୁରକୁ ଛୁଇଁଲା କରୋନା

 

 

Leave a Reply