ରାଜଧାନୀରେ ଆଉ ୫୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ଆଉ ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୮୩୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧୪୫୬ଜଣ ସୁସ୍ଥ ହୋଇଛନ୍ତି । ୩୮୧ଟି ମାମଲା ବର୍ତ୍ତମାନ ସକ୍ରିୟ ରହିଛି । ଗତ ୨୪ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୨୮୧୫୭ଟି ଘରେ ମୋଟ ୧,୧୭,୭୮୬ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ୭୦୯୪୦ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୭୩୧୧୦ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ‘ସୋଲାସିୟମ୍ ପାଣ୍ଠି’: ଆହତ ଓ ମୃତକଙ୍କ ପରିବାର ପାଇବେ ଆର୍ଥିକ ସହାୟତା

 

Leave a Reply