spot_img

Latest Posts

ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୨୧୯ ସଂକ୍ରମିତ, ବିଏମସିରୁ ସର୍ବାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆରୋଗ୍ୟ ଆଣୁଛି ଆଶ୍ୱସ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ମନ୍ତ୍ରାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୧ ଲକ୍ଷ ୮୫ ହଜାର ୭୦୦ରେ ପହଞ୍ଚିଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୨୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡ଼ା ୨୩୨, ଅନୁଗୁଳ ୨୦୯, ଜଗତସିଂହପୁର ୧୬୩, କେନ୍ଦ୍ରାପଡ଼ା ୧୬୧, ମୟୂରଭଞ୍ଜ ୧୫୩, ରାୟଗଡ଼ା ୧୩୨, ଯାଜପୁର ୧୨୯, ବଲାଙ୍ଗିର ୧୨୩, ବାଲେଶ୍ୱର ୧୧୯, ଭଦ୍ରକ ୧୧୪, ସମ୍ବଲପୁର ୧୧୩, ବରଗଡ଼ ୧୧୨, କନ୍ଧମାଳ ୮୭, ଢେଙ୍କାନାଳ ୮୫, କେନ୍ଦୁଝର ୮୩, ସୋନପୁର ୭୯, ନବରଙ୍ଗପୁର ୭୫, କୋରାପୁଟ ୭୨, ଗଞ୍ଜାମ ୬୧, ନୂଆପଡ଼ା ୬୦, ମାଲକାନଗିରି ୫୬, ସୁନ୍ଦରଗଡ଼ ୫୫, ନୟାଗଡ଼ ୫୪, ବୌଦ୍ଧ ୪୯, ଗଜପତି ୩୯, କଳାହାଣ୍ଡି ୩୫, ଦେବଗଡ଼ ୨୧ ଓ ଷ୍ଟେଟ ପୁଲରୁ ୧୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୧୯ ହଜାର ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୪୨ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୩୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୬ ଜଣ ସୁସ୍ଥ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୮୯୫କୁ ବୃଦ୍ଧି ପାଇଥିବା ବେଳେ ୯୩ ଜଣଙ୍କ ମୃତ୍ୟୁ ହୋଇଛି । ୧୮ ହଜାର ୨୪୮ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏବେ ୩ ହଜାର ୫୩୭ଟି ସକ୍ରିୟ ମାମଲା ରହିଛି ।

Latest Posts

Don't Miss