ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କ ଘରୁ ଆଉ ୩ଲକ୍ଷ ୮୦ ହଜାର ଟଙ୍କା ଜବତ

ବଲାଙ୍ଗୀର: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବଙ୍ଗୋମୁଣ୍ଡା ଥାନା ବାବୁଙ୍କ ଘରୁ ଆଉ ୩ଲକ୍ଷ ୮୦ ହଜାର ଟଙ୍କାର ନଗଦ ଜବତ ହୋଇଛି । ଏଯାବତ୍ ତାଙ୍କ ଠାରୁ ମୋଟ ୫ଲକ୍ଷ ୮୬ହଜାର ୨୨୦ ଟଙ୍କା ଜବତ ହୋଇଛି । ତେବେ ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ । କାରରୁ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବିନୋଦ ବିହାରୀଙ୍କୁ ଧରିଥିଲା ଭିଜିଲାନ୍ସ । ବିନୋଦଙ୍କ କାରରୁ ଭିଜିଲାନ୍ସ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରିଛି । ଜବତ ଟଙ୍କା ବେଆଇନ୍ ଉପାୟରେ ଆୟ କରାଯାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ । ଧରାପଡ଼ିବା ପରେ ଥାନାବାବୁ ଭିଜିଲାନ୍ସ ଆଗରେ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଥିଲା ।

ତେବେ ଜବତ ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାଁନ୍ତି ବିନୋଦ ବିହାରୀ । ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା ଜାରି ରଖାଯାଇଛି । ଟଙ୍କା ସହ କାରକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନ ବଲାଙ୍ଗୀର, ସମ୍ବଲପୁର ଓ ଦେବଗଡ଼ରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ କାରରୁ ଟଙ୍କା ଜବତ କରିଛି ।

 ଏଥିସହିତ ପଢ଼ନ୍ତୁ: ହାଜତ ମୃତ୍ୟୁ ମାମଲା: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

Leave a Reply