ସୁସ୍ଥ ହେଲେ ଆଉ ୩ ହଜାର ୩୮୨ କରୋନା ସଂକ୍ରମିତ, ବିଏମସିରୁ ୩୫୧ ନୂଆ ଆକ୍ରାନ୍ତ ଚିହ୍ନଟ
1 min readଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩ ହଜାର ୩୮୨ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୨୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Another 3382 Covid patients have recovered and are being discharged on 14.09.2020
503 from Khordha
344 from Cuttack
262 from Bargarh
177 from Jajapur
175 from Mayurbhanj
167 from Bhadrak
156 from Baleswar
146 from Dhenkanal
112 from Puri
102 from Jagatsinghpur
95 from Rayagada— H & FW Dept Odisha (@HFWOdisha) September 14, 2020
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁର ୧୭୭, ମୟୂରଭଞ୍ଜ ୧୭୫, ଭଦ୍ରକ ୧୬୭, ବାଲେଶ୍ୱର ୧୫୬, ଢେଙ୍କାନାଳ ୧୪୬, ପୁରୀ ୧୧୨, ଜଗତସିଂହପୁର ୧୦୨, ରାୟଗଡ଼ା ୯୫, ଗଞ୍ଜାମ ଓ ସମ୍ବଲପୁରରୁ ୯୪ ଜଣ ଲେଖାଏଁ, ଅନୁଗୁଳ ୯୧, ନୟାଗଡ଼ ଓ ସୋନପୁରରୁ ୯୦ ଜଣ ଲେଖାଏଁ, ବଲାଙ୍ଗିର ୮୦, ନବରଙ୍ଗପୁର ଓ ସୁନ୍ଦରଗଡ଼ରି ୭୦ ଜଣ ଲେଖାଏଁ, ଝାରସୁଗୁଡ଼ା ୬୮, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୬୪, କେନ୍ଦୁଝର ୫୧, କନ୍ଧମାଳ ୪୫, ନୂଆପଡ଼ା ୪୦, କଳାହାଣ୍ଡି ୩୯, ଗଜପତି ୨୯, ବୌଦ୍ଧ ୨୭, ମାଲକାନଗିରି ୨୫ ଓ ଦେବଗଡ଼ରୁ ୧୨ ଜଣ ସୁସ୍ଥ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 14th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Ds32oO4H6y— BMC (@bmcbbsr) September 14, 2020
ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୫ ହଜାର ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୩୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୩୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୩ଟି କେସ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୩୮ଟି ମାମଲା ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୭୧ ଜଣ ଜଣ ବିଏମସି ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି । ବିଏମସି ଅଞ୍ଚଳରୁ ଏଯାବତ୍ ୧୬ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ହଜାର ୯୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪ ହଜାର ୬୧୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।