spot_img

Latest Posts

ରାଜ୍ୟରେ ବଢ଼ୁଛି ସୁସ୍ଥତା, ଏହି ଜିଲ୍ଲାରେ ଏବେ ଅଛନ୍ତି ୧୦୦ରୁ କମ୍ ସକ୍ରିୟ ସଂକ୍ରମିତ

ଭୁବନେଶ୍ୱର: ହ୍ରାସ୍ ପାଉଛି କରୋନା ସଂକ୍ରମଣ । ରାଜ୍ୟରେ ଦୈନିକ ୫୦ ହଜାର କୋଭିଡ୍ ଟେଷ୍ଟ ହେଉଥିବା ବେଳେ ପୂର୍ବାପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୮୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡ଼ାରୁ ୧୫୧, ଝାରସୁଗୁଡ଼ାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୁଳରୁ ୧୧୨, ବଲାଙ୍ଗିର ୧୦୯, ମାଲକାନଗିରି ୧୦୩, ସମ୍ବଲପୁର ୯୮, କେନ୍ଦ୍ରାପଡ଼ା ୮୮, ପୁରୀ ୮୫, କନ୍ଧମାଳ ୮୩, ନବରଙ୍ଗପୁର ୮୧, କୋରାପୁଟ ଓ ନୟାଗଡ଼ରୁ ୬୯ ଜଣ ଲେଖାଏଁ, ଢେଙ୍କାନାଳ ୬୮, ଜଗତସିଂହପୁର ୬୪, ସୁନ୍ଦରଗଡ଼ ୬୩, ଭଦ୍ରକ ୬୨, ବରଗଡ଼ ୬୧, ଯାଜପୁର ୫୮, କଳାହାଣ୍ଡି ୫୩, ସୋନପୁର ୪୮, ଗଞ୍ଜାମ ୪୭, ବୌଦ୍ଧ ୩୯, ରାୟଗଡ଼ା ୩୪, ଗଜପତି ୧୬, ଦେବଗଡ଼ ୧୨ ଓ ଷ୍ଟେଟ ପୁଲରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଗଜପତି ଜିଲ୍ଲାରେ ଏବେ ରାଜ୍ୟରେ ସବୁଠୁ କମ୍ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Another 3312 Covid patients have recovered and are being discharged

ରାଜ୍ୟରେ ଏବେ ଯାଏଁ ୨ ଲକ୍ଷ ୪୪ ହଜାର ୧୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ୨୬ ହଜାର ୧୩୧ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି ।

Latest Posts

Don't Miss