ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ସଂକ୍ରମିତ, ମୋଟ ସୁସ୍ଥଙ୍କ ସଂଖ୍ୟା ୩୦୭କୁ ବୃଦ୍ଧି

1 min read

ଭୁବନେଶ୍ୱର:  କ୍ରମାଗତଭାବେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୦ ଜଣ ଗଞ୍ଜାମରୁ, ୫ ଜଣ କେନ୍ଦ୍ରାପଡ଼ାରୁ, ବାଲେଶ୍ୱର, ଭଦ୍ରକ ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ ମୋଟ ୩୦୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ତେବେ ରାଜ୍ୟରେ ଆଜି ଥରକେ ୧୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଯାଜପୁରରୁ ସର୍ବାଧିକ ୩୧, ଜଗତସିଂହପୁର ୨୩, ଭଦ୍ରକ ୨୧, କେନ୍ଦ୍ରାପଡ଼ା ୮, କଟକ ୪, ଖୋର୍ଦ୍ଧା ୪, ପୁରୀ ୪, ଅନୁଗୁଳ ୨, ବାଲେଶ୍ୱର ୨, ସମ୍ୱଲପୁର ୨, ନୟାଗଡ଼ ୧ ଜଣ ଚିହ୍ନଟ ହୋଇଛନ୍ତି ।  ଚିହ୍ନଟ ସଂକ୍ରମତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ତେବେ ଦୁଃଖଦ ଖବର ହେଉଛି ୭୫ ବର୍ଷୀୟ ଜଣେ ପୁରୁଷ ସଂକ୍ରମିତଙ୍କ ଏମ୍ସରେ ମୃତ୍ୟୁ ହୋଇଛି । ଗତ ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୮ରେ ପହଞ୍ଚିଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଗୋଟିଏ ଦିନରେ ସର୍ବାଧିକ ୧୦୨ ସଂକ୍ରମିତ ଚିହ୍ନଟ: ଜଣେ ମୃତ

 

Leave a Reply