ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ସଂକ୍ରମିତ, ମୋଟ ସୁସ୍ଥଙ୍କ ସଂଖ୍ୟା ୩୦୭କୁ ବୃଦ୍ଧି
1 min readଭୁବନେଶ୍ୱର: କ୍ରମାଗତଭାବେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୦ ଜଣ ଗଞ୍ଜାମରୁ, ୫ ଜଣ କେନ୍ଦ୍ରାପଡ଼ାରୁ, ବାଲେଶ୍ୱର, ଭଦ୍ରକ ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ ମୋଟ ୩୦୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
Another 30 #COVID19 patients have recovered and are being discharged.
20 are from Ganjam
5 are from Kendrapara
2 each from Balasore and Bhadrak and
1 from NayagarhThe total recovered cases of #Odisha now stand at 307. #OdishaFightsCorona
— H & FW Dept Odisha (@HFWOdisha) May 19, 2020
ତେବେ ରାଜ୍ୟରେ ଆଜି ଥରକେ ୧୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଯାଜପୁରରୁ ସର୍ବାଧିକ ୩୧, ଜଗତସିଂହପୁର ୨୩, ଭଦ୍ରକ ୨୧, କେନ୍ଦ୍ରାପଡ଼ା ୮, କଟକ ୪, ଖୋର୍ଦ୍ଧା ୪, ପୁରୀ ୪, ଅନୁଗୁଳ ୨, ବାଲେଶ୍ୱର ୨, ସମ୍ୱଲପୁର ୨, ନୟାଗଡ଼ ୧ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Sorry to inform that a 75 year old patient of Cuttack suffering from severe comorbidities and chronic pulmonary disease was admitted to AIIMS Bhubaneswar Emergency and unfortunately passed away within a few hours.
He was later tested and found to be positive for #COVID19.
— H & FW Dept Odisha (@HFWOdisha) May 19, 2020
ତେବେ ଦୁଃଖଦ ଖବର ହେଉଛି ୭୫ ବର୍ଷୀୟ ଜଣେ ପୁରୁଷ ସଂକ୍ରମିତଙ୍କ ଏମ୍ସରେ ମୃତ୍ୟୁ ହୋଇଛି । ଗତ ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୮ରେ ପହଞ୍ଚିଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କ ମୃତ୍ୟୁ ହୋଇଛି ।