ସୁସ୍ଥତା ଆଡ଼କୁ ଅଗ୍ରସର ଓଡ଼ିଶା: ୩ହଜାର ୫୩୫ ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ସୁସ୍ଥତା ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା । ଲଗାତାର ଭାବେ କମୁଛି ସଂକ୍ରମଣ ହାର । ଆଜି ରାଜ୍ୟରୁ ଆଉ ୩ହଜାର ୫ଶହ ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୪୪ ଜୀବନ ନେଇଛି ମହାମାରୀ କରୋନା । ସେ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୦୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୫୧୯ ଲୋକାଲ କେସ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୫୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ବର ୨୯୬, ଅନୁଗୁଳରୁ ୨୦୭, ପୁରୀ ୧୮୭, ଭଦ୍ରକ ୧୮୪, ମୟୂରଭ୍ଞ୍ଜରୁ ୧୫୩ ଓ କେନ୍ଦ୍ରାପଡ଼ାରୁ ୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ ରହିଛି । ନୟାଗଡ଼ରୁ ୯୫, କେନ୍ଦୁଝରରୁ ୯୨, ଜଗତସିଂହପୁରରୁ ୯୦, ବରଗଡ଼ରୁ ୮୬, ନବରଙ୍ଗପୁରରୁ ୮୫, ଷ୍ଟେଟପୁଲରୁ ୮୨, ସୁନ୍ଦରଗଡ଼ରୁ ୭୬, ରାୟଗଡ଼ା ୭୩, ମାଲକାନଗିରି ୬୮, ଢେଙ୍କାନାଳ ୫୬, କନ୍ଧମାଳ ୫୬, କୋରାପୁଟରୁ ୫୬, ବୌଦ୍ଧରୁ ୫୨, ସମ୍ବଲପୁରରୁ ୩୯, ସୋନପୁରରୁ ୩୯, କଳାହାଣ୍ଡି ୩୫, ଗଜପତି ୨୭, ଗଞ୍ଜାମରୁ ୨୬, ଦେବଗଡ଼ରୁ ୨୫, ବଲାଙ୍ଗୀରୁ ୧୮, ନୂଆପଡା଼ରୁ ୧୫ ଓ ଝାରସୁଗୁଡ଼ାରୁ ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ରେ ପହଞ୍ଚିଛି । ସେମଧ୍ୟରୁ ୮ ଲକ୍ଷ ୧୧ ହଜାର ୭୮୦ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ଏବେବି ୪୭ ହଜାର ୭ଶହ ୯୬ ସକ୍ରିୟ ମାମଲା ରହିଛି ।
Covid-19 Report For 15th June
New Positive Cases: 3535
In quarantine: 2016
Local contacts: 1519(Details of local contacts will be shared by concerned Dist Administration)
District Wise Cases:
1. Angul: 207
2. Balasore: 296
3. Bargarh: 86
4. Bhadrak: 184
5. Balangir: 18— I & PR Department, Odisha (@IPR_Odisha) June 16, 2021