Odisha Corona Updates: ଆଜି ସୁସ୍ଥ ହେଲେ ୨୯୮୦, ସମୁଦାୟ ସୁସ୍ଥ ସଂଖ୍ୟା ୯୦ ହଜାର ପାର୍
1 min readଭୁବନେଶ୍ୱର : ରାଜ୍ୟରେ ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଜିଲାଓ୍ୱାରୀ ତାଲିକା ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ ଯୋଗେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସାରା ରାଜ୍ୟରେ ୨୯୮୦ ଜଣ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲ୍ଲାର ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାର ୨୬୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମରୁ ୨୧୨ ଜଣ, ମୟୂରଭଞ୍ଜରୁ ୨୦୭ ଜଣ, ସମ୍ୱଲପୁରୁ ୧୩୩, ବଲାଙ୍ଗିରରୁ ୧୨୬, ନୟାଗଡ଼ରୁ ୧୧୪, ପୁରୀରୁ ୧୧୪, ବାଲେଶ୍ୱରରୁ ୧୧୧, କୋରାପୁଟରୁ ୧୦୩, କେନ୍ଦ୍ରାପଡ଼ାରୁ ୯୧, ବରଗଡ଼ରୁ ୮୭, ଅନୁଗୁଳରୁ ୮୦, କେନ୍ଦୁଝରରୁ ୮୦ ଓ ଢ଼େଙ୍କାନାଳରୁ ୭୫ ଜଣ ସୁସ୍ଥ ହୋଇଛନ୍ତି ।
Another 2980 #COVID19 patients have recovered and are being discharged on 04.09.2020
654 from Cuttack
263 from Khordha
212 from Ganjam
207 from Mayurbhanj
133 from Sambalpur
126 from Bolangir
114 from Nayagarh
114 from Puri
111 from Baleswar
103 from Koraput
91 from Kendrapara— H & FW Dept Odisha (@HFWOdisha) September 4, 2020
ସେହିଭଳି ସୁନ୍ଦରଗଡରୁ ୬୮, ଝାରସୁଗୁଡାରୁ ୬୭, ଭଦ୍ରକରୁ ୬୪, ମାଲକାନଗିରିରୁ ୬୧, ଜଗତସିଂହପୁରରୁ ୩୮, ନୂଆପଡ଼ାରୁ ୩୭ ଓ କନ୍ଧମାଳରୁ ୩୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ତେବେ ଅନ୍ୟ ଜିଲ୍ଲାରେ ଉଭୟ ସୁସ୍ଥ ଓ ଆକ୍ରାନ୍ତ ସଂଖ୍ୟା କମ୍ ରହିଛି । ଏହି କ୍ରମରେ ଆଜି ମଧ୍ୟ ଗଜପତିରୁ ୨୫, ନବରଙ୍ଗପୁରରୁ ୨୧, ଯାଜପୁରରୁ ୨୦, କଳାହାଣ୍ଡରୁ ୧୦, ଦେବଗଡରୁ ୫ ଓ ସୋନପୁରରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ ବଢୁଥିଲେ ମଧ୍ୟ ସୁସ୍ଥତା ହାରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଏବେ ସୁସ୍ଥତା ସଂଖ୍ୟା ୯୦ ହଜାର ୩୩୧ରେ ପହଞ୍ଚିସାରିଛି ।