ରାଜ୍ୟରେ ସୁସ୍ଥ ହେଲେ ଆଉ ୨ ହଜାର ୭୭୫ ଜଣ କରୋନା ଆକ୍ରାନ୍ତ
1 min readଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ ହଜାର ୭୭୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
79 from Keonjhar
73 from Nabarangpur
71 from Sundargarh
70 from Malkangiri
69 from Dhenkanal
67 from Baleswar
58 from Jagatsinghpur
48 from Kandhamal
47 from Sonepur
46 from Rayagada
43 from Puri
39 from Jharsuguda
39 from Kalahandi
35 from Koraput
30 from Nayagarh
23 from Ganjam— H & FW Dept Odisha (@HFWOdisha) October 14, 2020
ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ାରୁ ୧୮୯, କଟକରୁ ୧୮୩, ବରଗଡ଼ରୁ ୧୪୮, କେନ୍ଦ୍ରାପଡ଼ାରୁ ୧୩୬, ଅନୁଗୁଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୂରଭଞ୍ଜରୁ ୧୦୦, ବଲାଙ୍ଗିରରୁ ୮୯, କେନ୍ଦୁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡ଼ରୁ ୭୧, ମାଲକାନଗିରିରୁ ୭୦, ଢେଙ୍କାନାଳ ୬୯, ବାଲେଶ୍ୱର ୬୭, ଜଗତସିଂହପୁର ୫୮, କନ୍ଧମାଳ ୪୮, ସୋନପୁର ୪୭, ରାୟଗଡ଼ା ୪୬, ପୁରୀ ୪୩, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩୯ ଜଣ ଲେଖାଏଁ, କୋରାପୁଟରୁ ୩୫, ନୟାଗଡ଼ରୁ ୩୦, ଗଞ୍ଜାମରୁ ୨୩, ଦେବଗଡ଼ରୁ ୨୦, ବୌଦ୍ଧ ଓ ଗଜପତିର ୭ ଜଣ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।
ରାଜ୍ୟରେ ଏଯାବତ୍ ୨ ଲକ୍ଷ ୫୯ ହଜାର ୫୪୧ ଜଣ ସଂକ୍ରମିତ ହୋଇଥିବା ବେଳେ ଏବେ ସୁଦ୍ଧା ୨ ଲକ୍ଷ ୩୫ ହଜାର ୭୬୩ ଜଣ ସୁସ୍ଥ ହୋଇଛନ୍ତି । ୧ ହଜାର ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ରାଜ୍ୟରେ ୨୫ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି ।