Corona Updates: ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା, ଲକ୍ଷେ ମୁହାଁ ସୁସ୍ଥତା ସଂଖ୍ୟା
1 min readଭୁବନେଶ୍ୱର: ସଂକ୍ରମଣ ସହ ଚାଲିଛି ସଂଘର୍ଷ । ଦିନକୁ ଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁସ୍ଥ ହେବାରେ ଲାଗିଛନ୍ତି ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୫୯୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ଏଯାବତ୍ ୯୬ ହଜାର ୩୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
Another 2590 Covid patients have recovered and are being discharged on 06.09.2020
431 from Cuttack
386 from Khordha
202 from Mayurbhanj
142 from Ganjam
120 from Rayagada
108 from Koraput
105 from Puri
78 from Jagatsinghpur
77 from Bhadrak
77 from Jajapur
75 from Kendrapara— H & FW Dept Odisha (@HFWOdisha) September 6, 2020
କଟକରୁ ସର୍ବାଧିକ ୪୩୧ରୁ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୬, ମୟୂରଭଞ୍ଜରୁ ୨୦୨, ଗଞ୍ଜାମରୁ ୧୪୨, ରାୟଗଡ଼ାରୁ ୧୨୦, କୋରାପୁଟରୁ ୧୦୮, ପୁରୀରୁ ୧୦୫, ଜଗତସିଂହପୁରରୁ ୭୮, ଭଦ୍ରକ ଓ ଯାଜପୁରରୁ ୭୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭୫, ବରଗଡ଼ରୁ ୭୨, ବାଲେଶ୍ୱର ଓ ସମ୍ବଲପୁରରୁ ୭୧ ଜଣ ଲେଖାଏଁ, କେନ୍ଦୁଝରରୁ ୬୮, ନୟାଗଡ଼ରୁ ୬୭, ମାଲକାନଗିରିରୁ ୬୧, ଢେଙ୍କାନାଳରୁ ୫୯, ନବରଙ୍ଗପୁରରୁ ୫୭, ବଲାଙ୍ଗିର ୫୪, ଝାରସୁଗୁଡ଼ା ୪୪, ବୌଦ୍ଧରୁ ୩୪, ସୋନପୁର ଓ ସୁନ୍ଦରଗଡ଼ରୁ ୩୦ ଜଣ ଲେଖାଏଁ, କଳାହାଣ୍ଡିରୁ ୨୪, ଗଜପତିରୁ ୨୦, କନ୍ଧମାଳରୁ ୧୦, ନୂଆପଡ଼ାରୁ ୭, ଅନୁଗୁଳରୁ ୬ ଓ ଦେବଗଡ଼ରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 6th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/jQCizZIqpp— BMC (@bmcbbsr) September 6, 2020
ରାଜ୍ୟରେ ମୋଟ ୧ ଲକ୍ଷ ୨୪ ହଜାର ୩୨ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୯୬ ହଜାର ୩୬୪ ଜଣ ସୁସ୍ଥ ହୋଇଥିବା ବେଳେ ୫୪୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜଧାନୀରୁ ଗତ ୨୪ ଘଣ୍ଟାରେ ୪୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୪ଟି ମାମଲା ଆସିଥିବା ବେଳେ ୨୭୮ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ସେହିଭଳି ଗତ ୨୪ ଘଣ୍ଟାରେ ୩୫୪ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।