spot_img

Latest Posts

ରାଜ୍ୟରେ ଆଉ ୨୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ । ୧୨୯ ଚିହ୍ନଟ ସଂକ୍ରମିତ ପୂର୍ବରୁ କ୍ୱାରେଣ୍ଟାଇନ୍‌ରେ ରହୁଥିବା ବେଳେ ଅନ୍ୟ ୮୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୨, ବାଲେଶ୍ୱର ୬, ବରଗଡ଼ ୩୪, ଭଦ୍ରକରୁ ଜଣେ, ବଲାଙ୍ଗୀର ୯, କଟକ ୧୬, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁର ୩, ଯାଜପୁର ୪, ଝାରସୁଗୁନାରୁ ଜଣେ, କଳାହାଣ୍ଡି ୧୩,କନ୍ଧମାଳରୁ ଜଣେ, କେନ୍ଦୁଝରରୁ ୨ଜଣ, ଖୋର୍ଦ୍ଧାରୁ ୨୫, ମୟୂରଭଞ୍ଜରୁ ୫, ନବରଙ୍ଗପୁର ୬, ନୂଆପଡ଼ା ୨୯, ପୁରୀ ୨, ରାୟଗନା ୩, ସମ୍ୱଲପୁରରୁ ଜଣେ, ସୋନପୁରରୁ ଜଣେ, ସୁନ୍ଦରଗଡ଼ ୨୬ ଏବଂ ଷ୍ଟେଟ୍ ପୁଲ୍‌ରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ୧୮୩୭ କରୋନା ସଂକ୍ରମିତ ଅଛନ୍ତି । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Latest Posts

Don't Miss