Bhubaneswar Covid19 Updates : ଆଜି ୩୮୬ ନୂଆ ସଂକ୍ରମିତ, ୨୧୩ ସୁସ୍ଥ

1 min read

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ନୂଆ ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୦୩ ଜଣ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଥିବା ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ । ଏପରିକି ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତ ତାଲିକାରେ ଅଧିକାଂଶ ଭୁବନେଶ୍ୱର ସହରର ଅଟନ୍ତି ।

ବିଏମସିର ଉଦ୍ୟମ ଅହରହ ଭାବେ ଚାଲିଛି, ହେଲେ ରାଜଧାନୀକୁ ଏବେ ଯାତାୟାତ ପ୍ରାୟ ସ୍ୱାଭାବିକ ହୋଇ ସାରିଲାଣି । ଗହଳି ବଢିଛି । ଏଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ନାକେଦମ ହେଉଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳ ନିଜ ପ୍ରେସ ମିଟରେ ଭୁବନେଶ୍ୱର ସଙ୍ଗିନ ସ୍ଥିତିକୁ ନେଇ ଆଶଙ୍କା ପ୍ରକଟ କରିସାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ପାଇଁ ଭୁବନେଶ୍ୱର ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି । ଏଭଳି ସ୍ଥିତିରେ ରାଜଧାନୀ କରୋନା ସଂକ୍ରମଣ ରୋକିବା ବିଏମସି ପାଖରେ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି ।

ଅନ୍ୟପକ୍ଷରେ ଆଜି ରାଜଧାନୀର ୨୧୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସୁସ୍ଥତା ସଂଖ୍ୟା ସାରା ଦେଶରେ ଏବେ ସନ୍ତୋଷଜନକ ରହିଥିବା ସରକାରୀ ତଥ୍ୟରୁ ଜଣାପଡ଼ୁଛି । ଏହି କ୍ରମରେ ରାଜଧାନୀରେ ସୁସ୍ଥଙ୍କ ସଂଖ୍ୟା ବଢୁଛି ।  ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୬୪୭ରେ ପହଞ୍ଚି ସାରିଥିବା ବେଳେ ୩୪୭୮ ଜଣ ସକ୍ରିୟ ସଂକ୍ରମଣ ରହିଛନ୍ତି । ସେହିଭଳି ଏବେ ସୁଦ୍ଧା ୫୧୨୪ ଜଣ ସୁସ୍ଥ ହୋଇ ଫେରି ସାରିଲେଣି । କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି ।

Leave a Reply