ରାଜ୍ୟରେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ କୋଭିଡ ଟେଷ୍ଟିଂ: ୨୦୬ ନୂଆ ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦୬ କରୋନା ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନ୍ରୁ ଓ ଅନ୍ୟ ୧୪ ଜଣ ସ୍ଥାନୀୟ ଅଞ୍ଚଳ ବା ଲୋକାଲ କଣ୍ଟାକ୍ଟ । ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୬୫ରେ ପହଞ୍ଚିଛି । ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ୬, ବାଲେଶ୍ୱର ୫, ଭଦ୍ରକ ୪, ବଲାଙ୍ଗୀର ୧୬, ବୌଦ୍ଧ ୧, କଟକ ୧୭, ଦେବଗଡ଼ ୧୫, ଢେଙ୍କାନାଳ ୪, ଗଞ୍ଜାମ ୩, ଜଗତସିଂହପୁର ୧୭, ଯାଜପୁର ୨୮ ।
COVID-19 REPORT FOR 29th JUNE
New positive Cases: 206
In quarantine: 192
Local contacts: 14(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 5
3. Bhadrak: 4
4. Bolangir: 16
5. Boudh: 1
6. Cuttack: 17— I & PR Department, Odisha (@IPR_Odisha) June 30, 2020
ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୬, ଖୋର୍ଦ୍ଧା ୭, କୋରାପୁଟ ୧୮, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୧, ପୁରୀରୁ ୧, ସମ୍ୱଲପୁର ୪, ଏବଂ ପଶ୍ଚିମବଙ୍ଗ ଫେରନ୍ତା ଜଣେ ଏନ୍ଡିଆରଏଫ୍ ଯବାନ ।
23. NDRF: 1
(returned from WB Amphan duty)New recoveries: 203
Cumulative tested: 265431
Positive: 7065
Recovered: 4946
Active Cases: 2087— I & PR Department, Odisha (@IPR_Odisha) June 30, 2020
ତେବେ ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏଯାବତ୍ ରାଜ୍ୟରେ ମୋଟ ୨ଲକ୍ଷ ୬୫ ହଜାର ୪୩୧ କରୋନା ଟେଷ୍ଟିଂ ହୋଇଛି । ସେମାନଙ୍କ ମଧ୍ୟରୁ ୭ ହଜାର ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୯୪୬ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି ଏବଂ ୨ହଜାର ୮୭ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।