ରାଜଧାନୀରୁ ୨୦୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୨୯୨ ଜଣ ସଂକ୍ରମିତ ସୁସ୍ଥ

1 min read

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ମୋଟ୍‌ ୨୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୪ ଜଣ ସଙ୍ଗରୋଧ ଓ ୧୫୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚିତ କରାଯାଇଛି । ତେବେ ସଂକ୍ରମିତଙ୍କ ଠାରୁ ଅଧିକ ସଂଖ୍ୟକ ରୋଗୀ ଆଜି ସୁସ୍ଥ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ମୋଟ ୨୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନା ଯୋଗ୍ୟ, ଏଯାବତ୍ ରାଜଧାନୀରେ ମୋଟ ୨୮ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ହଜାର ୩୫୨ ଜଣ ସୁସ୍ଥ ହୋଇଛନ୍ତି । ଏବଂ ରାଜଧାନୀରେ ମୋଟ ୨ ହଜାର ୫୯୧ଟି ମାମଲା ସକ୍ରିୟ ରହିଛି । ଯେଉଁମାନେ ହସ୍ପିଟାଲ ଓ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।

Leave a Reply