ଦେଶରେ ୨ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କଲବଲ କଲାଣି କରୋନା । ଦିନକରେ ୨ଲକ୍ଷ ଟପିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୭୩୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହିତ ଆଉ ୧ ହଜାର ୩୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦିନକରେ ୯୩ହଜାର ୫୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୪ଲକ୍ଷ ୭୧ହଜାର ୮୭୭ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ଲକ୍ଷେ ୭୩ହଜାର ୧୨୩ରେ ପହଞ୍ଚିଛି ।