କଳାହାଣ୍ଡିର ଦୁଇ ଡାକ୍ତର ହେଲେ କରୋନା ପଜିଟିଭ୍

କଳାହାଣ୍ଡି: କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ । କରୋନା ପାଇଁ ପୂରା ଦେଶର ସ୍ଥିତି ଏବେ ଗମ୍ଭୀର । କରୋନାଠୁ ବଞ୍ଚିବା ସବୁ ପ୍ରକାର ପ୍ରୟାସ ଏବେ ଫେଲ ମରୁଛି । କରେନା ଟାର୍ଗେଟରେ ଅଛନ୍ତି ଏବେ କରୋନା ଯୋଦ୍ଧା । କଳାହାଣ୍ଡି ଜିଲ୍ଲାରେ ଦୁଇ ମହିଳା ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉଭୟ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ହୋଇଥିବା ବେଳେ ପୂର୍ବରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ନେଇ ସୂଚନା ରହିଛି । ଗତକାଲି ଦୁଇ ଡାକ୍ତରଙ୍କ ସହିତ ଆଉ ଜଣେ ତେଲେଙ୍ଗାନା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସେପଟେ ନର୍ଲା ସିଏଚସିକୁ ଗତକାଲି ରାତି ୧୦ଟାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ସ୍ୱାବ ଟେଷ୍ଟ କରାଯାଇଛି । ଏହା ସହିତ ସିଏଚସିକୁ ସାନିଟାଇଜ୍‌ କରାଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଗୁଲାଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Leave a Reply