Odisha Corona Updates: ଆଜି ସୁସ୍ଥ ହେଲେ ୧୯୧୧…
1 min readଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ୧୯୧୧ ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲା ମଧ୍ୟରେ କଟକରୁ ୧୫୩, ବଲାଙ୍ଗିରରୁ ୧୩୮, ସୁନ୍ଦରଗଡ଼ରୁ ୧୦୧, ମୟୂରଭଞ୍ଜରୁ ୯୬, ଜଗତସିଂହପୁରରୁ ୮୧, ଅନୁଗୁଳ ଓ କଳାହାଣ୍ଡିରୁ ୭୮ ଜଣ ଲେଖାଏଁ, ନୂଆପଡ଼ାରୁ ୭୬, ବାଲେଶ୍ୱରରୁ ୭୪, ଯାଜପୁରରୁ ୭୨ ଓ କେନ୍ଦୁଝରରୁ ୭୧ ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ।
Another 1911 Covid patients have recovered and are being discharged on 31.10.2020
245 from Khordha
153 from Cuttack
138 from Bolangir
101 from Sundargarh
96 from Mayurbhanj
81 from Jagatsinghpur
78 from Anugul
78 from Kalahandi
76 from Nuapada
74 from Baleswar
72 from Jajapur— H & FW Dept Odisha (@HFWOdisha) October 31, 2020
ସେହିଭଳି ଭଦ୍ରକ, ସମ୍ୱଲପୁର ଓ ପୁରୀରୁ ୫୦ ଜଣ ଲେଖାଏଁ, ଢେଙ୍କନାଳରୁ ୪୬, ନବରଙ୍ଗପୁରରୁ ୪୫, କୋରାପୁଟ ୪୨, ଝାରସୁଗୁଡାରୁ ୩୬, ନୟାଗଡରୁ ୩୩, ଗଞ୍ଜାମରୁ ୩୬, ମାଲକାନଗିରିରୁ ୨୫, କନ୍ଧମାଳରୁ ୨୪, ସୋନପୁରରୁ ୨୦, ରାୟଗଡ଼ାରୁ ୧୬, ଦେଓଗଡ଼ରୁ ୯, ଗଜପତିରୁ ୮, ବୋଦ୍ଧରୁ ୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍ ପୁଲରେ ୫୧ ଜଣ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୭୪୯ରେ ପହଞ୍ଚିଛି ।