ରାଜ୍ୟରେ ୧୭୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୪୧ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨ ଜଣଙ୍କ ଜୀବନ ନେଇଛି ଭାଇରସ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୦୧୫, ଲୋକାଲ କେସ୍ ୭୨୬ ଜଣ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଶହେ ଉପରେ ରହିଛି ୫ଟି ଜିଲ୍ଲାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮, ଖୋର୍ଦ୍ଧାରୁ ୨୦୪, ବାଲେଶ୍ବରରୁ ୧୫୮, ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୯୭, ନୂଆପଡାରୁ ୯୬, ବଲାଙ୍ଗିରରୁ ୯୩, ନବରଙ୍ଗପୁରରୁ ୮୦, କଟକରୁ ୫୮, ପୁରୀ ୫୪, କେନ୍ଦୁଝରରୁ ୫୩, ଷ୍ଟେଟପୁଲରୁ ୪୬, ଅନୁଗୁଳ ଓ ଝାରସୁଗୁଡାରୁ ୪୩ଜଣ ଲେଖାଏଁ, ମୟରଭଞ୍ଜରୁ ୩୯, ଯାଜପୁରରୁ ୩୮, ରାୟଗଡ଼ାରୁ ୩୫, ଗଜପତିରୁ ୧୪, ସୋନପୁରରୁ ୧୩, ଭଦ୍ରକରୁ ୧୧, ଦେବଗଡ଼, ଗଞ୍ଜାମ, ଜଗତସିହପୁର ଓ କୋରାପୁଟରୁ ୯ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୮ , ନୟାଗଡ଼ରୁ ୭, ବୌଦ୍ଧରୁ ୫, ମାଲକାନଗିରିରୁ ୩, ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ୨ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ପଜିଟଭ ସଂଖ୍ୟା ୩ଲକ୍ଷ ୫୧ହଜାର ୩୦୨ ଥିବା ବେଲେ ଆକ୍ଟିଭ କେସ୍ ୯ହଜାର ୨୫୯ ରହିଛି ।

Leave a Reply