ରାଜଧାନୀରୁ ଆଉ ୧୪୯ କରୋନା ସଂକ୍ରମିତ ଚିହ୍ନଟ, ୧୪୫ ସୁସ୍ଥ
1 min readଭୁବନେଶ୍ୱର: ରାଜଧାନୀରୁ ଆଉ ୧୪୯ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୫୧ ଜଣ ସ୍ଥାନୀୟ ସଂକ୍ରମିତ । ଅପରପକ୍ଷରେ ୧୪୫ ଜଣ କରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ସେମାନଙ୍କ ରିପୋର୍ଟ କୋଭିଡ ନେଗେଟିଭ୍ ରହିଛି । ଏଯାବତ୍ ରାଜଧାନୀରେ ମୋଟେ ସଂକ୍ରମିତଙ୍କ ସଂଖ୍ୟା ୩୨୧୭ରେ ପହଞ୍ଚିଥିବା ବେଳେ ୧୯୪୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ୧୮ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି ଏବଂ ଅନ୍ୟ ୧୨୫୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବା ଆଇସୋଲେସନରେ ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 4th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/b7IqB1YhZl— BMC (@bmcbbsr) August 4, 2020