ରାଜ୍ୟରେ କରୋନାରୁ ଆଉ ସୁସ୍ଥ ହେଲେ ୧୪୬୦ ଜଣ
1 min readଭୁବନେଶ୍ୱର: ସଂକ୍ରମଣ କମିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୪୬୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୫୩୩ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Another 1460 Covid patients have recovered and are being discharged on 05.11.2020
169 from Khordha
110 from Baleswar
107 from Cuttack
97 from Sundargarh
93 from Jagatsinghpur
90 from Keonjhar
84 from Anugul
67 from Bolangir
60 from Mayurbhanj
60 from Nuapada
50 from Kendrapara— H & FW Dept Odisha (@HFWOdisha) November 5, 2020
ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ୧୧୦ ଜଣ, କଟକରୁ ୧୦୭ ଜଣ, ସୁନ୍ଦରଗଡ଼ରୁ ୯୭ ଜଣ, ଜଗତସିଂହପୁରରୁ ୯୩ ଜଣ, କେନ୍ଦୁଝରରୁ ୯୦ ଜଣ, ଅନୁଗୁଳରୁ ୮୪ ଜଣ, ବଲାଙ୍ଗିରରୁ ୬୭ ଜଣ, ମୟୂରଭଞ୍ଜ ଓ ନୂଆପଡ଼ାରୁ ୬୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୫୦ ଜଣ, ଢେଙ୍କାନାଳରୁ ୪୧ ଜଣ, କଳାହାଣ୍ଡିରୁ ୪୦ ଜଣ, ନୟାଗଡ଼ରୁ ୩୫ ଜଣ, ଝାରସୁଗୁଡ଼ାରୁ ୩୩ ଜଣ, ବରଗଡ଼ ଓ ପୁରୀରୁ ୩୨ ଜଣ ଲଖାଏଁ, ଯାଜପୁରରୁ ୨୯ ଜଣ, ନବରଙ୍ଗପୁରରୁ ୨୮ ଜଣ, ଗଞ୍ଜାମରୁ ୨୬, ସମ୍ବଲପୁରରୁ ୨୩, କୋରାପୁଟରୁ ୨୨, କନ୍ଧମାଳରୁ ୧୯, ବୌଦ୍ଧରୁ ୧୫ ଜଣ, ଭଦ୍ରକରୁ ୧୪ ଜଣ, ସୋନପୁରରୁ ୧୩, ଦେବଗଡ଼ ଓ ମାଲକାନଗିରିରୁ ୧୧ ଜଣ, ଗଜପତିରୁ ୧୦ ଜଣ, ରାୟଗଡ଼ାରୁ ୮ ଜଣ ଏବଂ ରାଜ୍ୟପୁଲରୁ ୩୧ ଜଣ ସୁସ୍ଥ ହୋଇଛନ୍ତି ।
Update on newly detected #COVID19 cases in the last
24 hrs under the BMC area on 5th Nov (till 9am) pic.twitter.com/QBBe3DpuBz— BMC (@bmcbbsr) November 5, 2020
ରାଜ୍ୟରେ ଏଯାବତ୍ ୨ ଲକ୍ଷ ୯୭ ହଜାର ୨୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୮୩ ହଜାର ୫୩୩କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜଧାନୀ ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।