ଭୁବନେଶ୍ୱର କୋଭିଡ୍ ଅପଡେଟ୍ : ୧୦୯ ନୂଆ ସଂକ୍ରମିତ, ୧୩୪ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ୧୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଚାଇନ ସେଣ୍ଟରରୁ ୬୦ ଜଣ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଏମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ରାଜଧାନୀରେ ଗତ କିଛି ଦିନ ହେବ ସଂକ୍ରମଣର ମାତ୍ରା କମିଥିବା ନଜରକୁ ଆସୁଛି ।

ଅନ୍ୟପକ୍ଷରେ ସୁସ୍ଥତା ହାର ସହରରେ ବଢୁଛି । ଗତ ଦୁଇ ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିଛି । ଆଜି ଭୁବନେଶ୍ୱରରେ ୧୩୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱରରେ ଏଯାବତ୍ ସମୁଦାୟ ୪୧୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୮୦୭ ସୁସ୍ଥ ହୋଇ ସାରିଲେଣି । ୧୩୩୯ ଜଣ ସକ୍ରିୟ ସଂକ୍ରମିତ ଭୁବନେଶ୍ୱର ମହାନଗର ନିଗମରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୨ ଜଣ ବ୍ୟକ୍ତି ମୃତ୍ୟୁ ହେଲେଣି ।

Leave a Reply