ରାଜ୍ୟରେ ଆଉ ୧୨୦୮ କରୋନା ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୨୦୮ ପଜିଟିଭ୍ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୭୦୨ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୫୦୬ । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ ଥିବା କେଳେ କଟକରୁ ୧୭୩, ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୬୩ ଜଣ ଥିବା ବେଳେ, ଜଗତସିଂହପୁରରୁ ୬୦, ପୁରୀରୁ ୫୮, ଯାଜପୁରରୁ ୫୭, ଅନୁଗୁଳରୁ ୫୫, ମୟୂରଭଞ୍ଜରୁ ୩୩, କେନ୍ଦ୍ରାପଡ଼ାରୁ ୩୨, ନୟାଗଡ଼ରୁ ୨୫, ସମ୍ବଲପୁରରୁ ୨୪, ଭଦ୍ରକରୁ ୨୨, ସୁନ୍ଦରଗଡ଼ରୁ ୨୦ ଜଣ ସଂକ୍ରମିତ ଅଛନ୍ତି । କନ୍ଧମାଳ ଓ କେନ୍ଦୁଝରରୁ ୧୬ ଜଣ ଲେଖାଏଁ ଥିବା ବେଳେ, ଡେଙ୍କାନାଳରୁ ୧୫, ଗଞ୍ଜାମରୁ ୧୨, ରାୟଗଡ଼ାରୁ ୮, ବରଗଡ଼ରୁ ବରଗଡ଼, ବଲାଙ୍ଗୀର ଓ ଦେବଗଡ଼ରୁ ୫ ଜଣ ଲେଖାଏଁ, ମାଲକାନଗିରି ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ସୋନପୁରରୁ ୩ ଜଣ ଲେଖାଏଁ, କଳାହାଣ୍ଡି, କୋରାପୁଟ, ନୂଆପଡ଼ାରୁ ୨ ଜଣ ଲେଖାଏଁ ଓ ଗଜପତିରୁ ଜଣେ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୬୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply