ଗିରଫ ଦାବିରେ ସବୁଠି ଲାଗିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପୋଷ୍ଟର

ବୁର୍ଲା: ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି। କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲଙ୍କୁ ଗିରଫ ପାଇଁ ସହର ସାରା ପୋଷ୍ଟର ଲଗାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ପିଲରରେ ମଧ୍ୟ ଏହି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।

ଗତକାଲି ରାତିରେ ଏହି ପୋଷ୍ଟର ଲଗାଯାଇଥିବା ସନ୍ଦେହ କରାଯାଉଛି। ତେବେ ପ୍ରଶ୍ନପତ୍ର ଲିକ୍ ଓ କିରାଣି ଦୀନବନ୍ଧୁ ମିଶ୍ର ଆତ୍ମାହୁତି ଘଟଣାକୁ ନେଇ ୟୁନିଭରସିଟି ଚର୍ଚ୍ଚାରେ ଥିବା ବେଳେ କେଉଁ ଘଟଣାକୁ ନେଇ ଏହି ପୋଷ୍ଟର ଲଗାଯାଇଛି ତାହା ଜଣାପଡ଼ିନି। ବିଶ୍ୱବିଦ୍ୟାଳୟ ପରିସରରୁ ବେଆଇନ ଗଛ କଟା ଓ ଲାଇବ୍ରେରୀ ପୋଡିକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା ।