ଦେଶରେ କରୋନା ଆତଙ୍କ: ଓଡ଼ିଶାରୁ କର୍ଣ୍ଣାଟକ ସ୍କୁଲ, ସିନେମା ଓ ବିବାହ ମଣ୍ଡପରେ ତାଲା

କର୍ଣ୍ଣାଟକ: କରୋନା ଭାଇରସ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଘୋଷଣା କରିଛନ୍ତି ଯେ, କାଲିଠୁ ଗୋଟେ ସପ୍ତାହ ଯାଏଁ ସବୁ ମଲ୍, ଥିଏଟର, ପବ, କ୍ଲବ, ପ୍ରଦଶର୍ନ, ସମର କ୍ୟାମ୍ପ, ସୁଇମିଂ ପୁଲ, ସ୍ପୋର୍ଟ ଇଭେଣ୍ଟ, ବିବାହ ମଣ୍ଡପ ବନ୍ଦ ରହିବ । କରୋନା ଭାଇରସ ଯୋଗୁଁ ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ସରକାର ଏକ ବିଷେଶ ପଦକ୍ଷେପ ନେଇଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ କହିବା ଅନୁସାରେ ଲୋକଙ୍କୁ ଯାତ୍ରା କରିବା ଅନୁଚିତ୍ । ଏହା ବ୍ୟତୀତ ଗୋଟେ ସପ୍ତାହ ଯାଏଁ ସବୁ ବିଶ୍ବବିଦ୍ୟାଳୟ ବନ୍ଦ ରହିବ ।

କର୍ଣ୍ଣାଟକରେ ଏଯାଏଁ କରୋନାଭାଇରସର ୬ଟି ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ପାଞ୍ଚ ଜଣଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ସାଉଦି ଆରବରୁ ଫେରିଥିବା ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି । ବୃଦ୍ଧ ଜଣକ ଗୋଟେ ମାସ ପାଇଁ ଧାର୍ମିକ ଯାତ୍ରାରେ ସାଉଦି ଆରବ ଯାଇଥିଲେ ।

କର୍ଣ୍ଣାଟକ ପୂବର୍ରୁ ଉତ୍ତର ପ୍ରଦେଶରେ କରୋନା ଯୋଗୁଁ ସମସ୍ତ ସ୍କୁଲ କଲେଜ ଆସନ୍ତା ୨୨ ତାରିଖ ଯାଏଁ ବନ୍ଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଲାନ କରିଛନ୍ତି ଯେ, ରାଜ୍ୟର ୭୫ ଜିଲ୍ଲାରେ ଆଇସୋଲେସନ୍ ୱାର୍ଡର ସୁବିଧା ରଖାଯାଇଛି । ଏଥିପାଇଁ ଅନେକ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ପୂବର୍ରୁ ଦିଲ୍ଲୀ ସରକାର ରାଜଧାନୀରେ ସ୍କୁଲ, କଲେଜ, ସିନେମା ହଲ୍ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଦିଲ୍ଲୀ ସରକାର ଆଇପିଏଲ ମ୍ୟାଚ୍ ମଧ୍ୟ ବ୍ୟାନ କରିଛନ୍ତି । ଆଇଆଇଟି, ଡିୟୁ ପରେ ଜେଏନୟୁ ଓ ଜାମିୟା ମଧ୍ୟ ୩୧ ତାରିଖ ଯର୍ଯ୍ୟନ୍ତ କ୍ଲାସ ବନ୍ଦ କରିବାର ନିଷ୍ପତ୍ତି ନେଇଛି ।

ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ

Leave a Reply