ଶହେ ବର୍ଷ ପରେ କାନାଡାରୁ ବାରଣାସୀ ଫେରୁଛି ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି

ବାରଣାସୀ: ଭାରତ ଫେରିଲା ୧୦୦ ବର୍ଷ ପୂରୁଣା ମୂର୍ତ୍ତି । ଉତ୍ତରପ୍ରଦେଶର କାଶୀରୁ ୧୦୦ ବର୍ଷ ପୂର୍ବେ ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି କାନାଡା ଯାଇଥିଲା । ବାବା ବିଶ୍ବନାଥ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ପରସ୍ପର ସମ୍ପର୍କ ବେଶ ଭଲ । ବାବା ବିଶ୍ବନାଥଙ୍କ ପ୍ରସାଦ ଗ୍ରହଣ କରିବା କାମ ମା ଅନ୍ନପୂର୍ଣ୍ଣା କରନ୍ତି । ତେବେ ୧୦୦ ବର୍ଷ ପୂର୍ବେ ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ବାରଣାସୀରୁ ଚୋରି ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ ଫଳରେ କାନାଡା ୟୁନିଭରସିଟିରୁ ଏହି ୧୦୦ ବର୍ଷ ପୂରୁଣା ମୂର୍ତ୍ତି ଭାରତକୁ ଆସୁଛି । ଏହି ୧୦୦ ବର୍ଷ ପୂରୁଣା ମୂର୍ତ୍ତି ପୁଣି ବାରଣାସୀକୁ ଆସୁଛି ବୋଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଆସନ୍ତା ନଭେମ୍ବର ୧୧ରେ ଗୋପାଷ୍ଟମୀ ଦିନ ଏହି ମୂର୍ତ୍ତି ଆମକୁ ମିଳିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ୧୧ ନଭେମ୍ବର ଦିନ ଏକ ଶୋଭାଯାତ୍ରାରେ ଏହି ମୂର୍ତ୍ତିକୁ ବାରଣାସୀକୁ ଅଣାଯିବ । ଏହି ମୂର୍ତ୍ତି ଗାଜିଆବାଦ, ନୋଏଡା ହୋଇ କାସଗଞ୍ଜରେ ପ୍ରଥମ ରାତ୍ରି ବିଶ୍ରାମ ହେବ । ଏହା ପରଦିନ କାନପୁରର ତପେଶ୍ବରୀ ମନ୍ଦିରରେ ଏହି ମୂର୍ତ୍ତିର ରାତ୍ରି ବିଶ୍ରାମ ହେବ । କାନପୁର ପରେ ଅଯୋଧ୍ୟ୍ୟାରେ ହେବ ରାତ୍ରି ବିଶ୍ରାମ । ନଭେମ୍ବର ୧୧,୧୨,୧୩ ଓ ୧୪ ତାରିଖ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଚାଲିବ । ନଭେମ୍ବର ୧୪ରେ ଏହି ଅନ୍ନପୂର୍ଣ୍ଣା ମୂର୍ତ୍ତି ବିଶ୍ବନାଥ ଧାମ ପହଞ୍ଚିବ ଓ ୧୫ ନଭେମ୍ବର ଦିନ ଏହି ମୂର୍ତ୍ତି କାଶୀର ସ୍ଥାପନା ହେବ । ତେବେ ଏହି ମୂର୍ତ୍ତିକୁ ନଭେମ୍ବର ୧୧ରେ ମନ୍ତ୍ରୀ ସୁରେଶ ରାଣା ଦିଲ୍ଲୀରେ ରିସିଭ୍ କରିବେ । ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ପାଇଁ ଭାରତର ଐତିହ ବିଶ୍ବ ସ୍ତରରେ ପହଞ୍ଚିଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ରାଣା ।

ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜୀ କିଶନ ରେଡ୍ଡୀ କହିଛନ୍ତି ଯେ ଆମେ କାନାଡାରୁ ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଆଣିଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡା ସରକାରଙ୍କ ସହ ଆଲୋଚନା ପରେ ଭାରତକୁ ଆସିଛି ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି । ଏହି ମୂର୍ତ୍ତି ବାରଣାସୀରୁ କାନାଡା ନିଆଯାଇଥିଲା । ଏହି ମୂର୍ତ୍ତି ଯେଉଁ ସ୍ଥାନରୁ ନିଆଯାଇଥିଲା ସେହି ସ୍ଥାନକୁ ଆସିବ । ନଭେମ୍ବର ୧୧ରେ ଦିଲ୍ଲୀରେ ଏକ ଭବ୍ୟ ସମାରୋହ କରାଯାଇ ୟୁପି ସରକାରଙ୍କୁ ଏହି ମୂର୍ତ୍ତି ପ୍ରଦାନ କରାଯିବ । ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ସହ ୟୁପି ସରକାରଙ୍କୁ ୫୫ଟି ମୂର୍ତ୍ତି ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି କି ସ୍ବାଧୀନତା ପରେ ଭାରତକୁ ଯେତିକି ମୂର୍ତ୍ତି ମିଳିଛି ସେଥିମଧ୍ୟରୁ ୭୫ ପ୍ରତିଶତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣିଛନ୍ତି । ଏବେ ଆମେରିକା ସରକାର ସହ ଆଲୋଚନା କରି ୧୫୭ଟି ଆଣିବାକୁ ପ୍ରୟାସ କରାଯାଉଛି ।

Leave a Reply