ଭୁବନେଶ୍ୱରରେ ଚାଷୀ ସମ୍ମିଳନୀ କରିବ ନବନିର୍ମାଣ କୃଷକ ସଙ୍ଗଠନ 

1 min read

ଭୁବନେଶ୍ୱର : ନଭେମ୍ବର ୬ ତାରିଖରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ । ଏନେଇ ଓଡ଼ିଶା ଆସୁଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ବରମୁଣ୍ଡା ପଡ଼ିଆରେ ବିରାଟ ଚାଷୀ ସମ୍ମିଳନୀ ହେବା ନେଇ କାର୍ଯ୍ୟକ୍ରମ ରହିଛି । ଏଥିରେ ଆନ୍ନା ହଜାରେଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ଚାଷୀ ଏବଂ କୃଷକ ନେତା, ଓଡ଼ିଶାର ହଜାର ହଜାର ଚାଷୀ ଯୋଗଦେବେ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବି ହେବ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ । ଚାଷ ଭିତ୍ତିଭୂମିର ବିକାଶ, ଯୁବ ଏବଂ ବୟସ୍କ ଚାଷୀଙ୍କୁ ଭତ୍ତା ପ୍ରଦାନ ନେଇ ଗର୍ଜନ କରିବ ନବ ନିର୍ମାଣ କୃଷକ ସଙ୍ଗଠନ । ଆନ୍ଦୋଳନ କରୁଥିବା ଚାଷୀଙ୍କୁ କାଳିଆ ସହାୟତା ଜାଣିଶୁଣି ଦିଆଯାଇନଥିବା ଅଭିଯୋଗ କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସମ୍ବାଦିକ ସମ୍ମିଳନୀରେ ଆନ୍ନାଙ୍କ ଯୋଗଦାନ ସଂପର୍କରେ ସୂଚନା ଦେଇଛନ୍ତି ଅକ୍ଷୟ । ')}

Leave a Reply