ଭୁବନେଶ୍ୱରରେ ଏଏନଏମଙ୍କ ଆତ୍ମହୂତି ଉଦ୍ୟମ

ଭୁବନେଶ୍ୱର: ଗତ କିଛି ଦିନ ହେବ ଭୁବନେଶ୍ୱରରେ ଆତ୍ମହତ୍ୟା ଉଦ୍ୟମ କରିବା ଭଳି କିଛି ଘଟଣା ନଜରକୁ ଆସିଛି । ପୁଣି ସେହିପରି ଏକ ଘଟଣା ଆଜି ଘଟିଥିବା ସୂଚନା ମିଳିଛି । ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା ଏଏନଏମ କର୍ମୀ ମଧ୍ୟ ଆତ୍ମାହୂତି ଉଦ୍ୟମ କରିଛନ୍ତି ।

ମାଷ୍ଟର କ୍ୟାଣ୍ଟିନ ଧାରଣାସ୍ଥଳରେ ୩ ଜଣ ଏଏନଏମ କର୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଥିଲେ ପୋଲିସ । ମାଷ୍ଟରକ୍ୟାଣ୍ଟିନରେ ୧୮ ଦିନ ହେଲା ଧାରଣାରେ ବସିଥିବାବେଳେ ସପ୍ତାହେ ହେଲା ସେମାନେ ଅନଶନ କରୁଛନ୍ତି ।

ତେବେ ଏମାନଙ୍କୁ ଚାକିରିରୁ ଛଟେଇ କରି ଦିଆଯାଇଥିବା ବେଳେ ଏହାର ପ୍ରତିବାଦରେ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ନେଭମ୍ବର ୨୮ ତାରିଖରେ ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଜଣେ ମାଆ ଓ ପୁଅ ନିଜ ଦେହରେ କିରୋସିନ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ । ସେହିପରି ଗତ ନଭେମ୍ବର ୨୪ ତାରିଖରେ ବିଧାନସଭା ଆଗରେ ଦମ୍ପତି ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ।

 

Leave a Reply