ନନ୍ଦିଘୋଷ ବ୍ୟୁରୋ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଆଜି ରାଧା ପାଦ ଦର୍ଶନର ପବତ୍ର ତିଥି। ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ। ବର୍ଷକରେ କେବଳ ଆଜି ହିଁ ରାଧାପାଦ ଦର୍ଶନର ସୁଯୋଗ ମିଳିଥାଏ। ଭୋର ୫ଟାରୁ ଚାଲିଛି ରାଧାପାଦ ଦର୍ଶନ। ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ସୁରୁଖୁରୁରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ୧୧ ଲେନ ବିଶିଷ୍ଟ ବ୍ୟାରିକେଡ୍ କରାଯାଇଛି।
ରାଧାରାଣୀ ଓଡ଼ିଆଣି ବେଶ ଓ ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି । ମହାପ୍ରଭୁ ଦର୍ଶନ କରି ଭକ୍ତ ମାନେ ଅଁଳା ଗଛର ପୂଜାର୍ଚ୍ଚନା କରିଥିଲେ । ଅଁଳା ନବମୀରେ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେପଟେ ରାତ୍ର ୧୨ଟାରୁ ଦ୍ୱାର ପିଠା ନୀତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଳମ, ଅବକାଶ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଛି ।


