ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଅଙ୍କିତା ଓ ରିୟା ଚକର୍ବତ୍ତିଙ୍କ ପୋଷ୍ଟ ଚର୍ଚ୍ଚାରେ
1 min readଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିଲିଜ ହୋଇସାରିଛି ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ରିଲିଜ ହୋଇଯାଇଛି । ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକମାନେ ବହୁ ପ୍ରଭାବିତ ମଧ୍ୟ ହୋଇଛନ୍ତି । ପ୍ରଶଂସକମାନେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ବିଷୟରେ ଲଗାତାର ଭାବେ ଟ୍ୱିଟ୍ କରୁଛନ୍ତି। କେବଳ ସେତିକି ନୂହେଁ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ସୁଶାନ୍ତଙ୍କ ବିଷୟରେ ଟ୍ୱିଟ କରିଛନ୍ତି ଯାହା ଚାରିଆଡେ ଚର୍ଚ୍ଚା ବିଷୟ ପାଲଟିଛି ।
ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେଙ୍କୁ ‘ପବିତ୍ରା ରିସ୍ତା’ରେ ଏକାଠି ନଜର ଆସିଥିଲେ । ବର୍ତ୍ତମାନ ଅଙ୍କିତା ଏ ବିଷୟରେ ଏକ ଟୁଇଟ୍ କରିଛନ୍ତି । ଅଙ୍କିତା ଟ୍ୱିଟରରେ ଲେଖିଛନ୍ତି, ‘ପବିତ୍ର ରିସ୍ତାଠାରୁ ଆରମ୍ଭ କରି ଦିଲ ବେଚାର ପର୍ଯ୍ୟନ୍ତ ଶେଷ ଥର ପାଇଁ।’
From #pavitrarishta to #dilbechara
One last time !!! pic.twitter.com/3tCruDZD1h
— Ankita lokhande Jain (@anky1912) July 24, 2020
ଫିଲ୍ମ ରିଲିଜ୍ ପରେ ଅଙ୍କିତାଙ୍କ ବ୍ୟତୀତ ଅନେକ ବଡ କଳାକାର ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ଲେଖିଛନ୍ତି । କେଦାରନାଥ ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ସହ କାମ କରିଥିବା ଅଭିନେତ୍ରୀ ସାରା ଅଲି ଖାନ ସୁଶାନ୍ତଙ୍କ ସ୍ମୃତିରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସାରା ସୁଶାନ୍ତ ଏବଂ ତାଙ୍କ ବାପା ସୈଫ ଅଲି ଖାନଙ୍କ ମଧ୍ୟରେ ତୁଳନା କରିଛନ୍ତି ।
https://www.instagram.com/p/CDBvwiQJSLv/?utm_source=ig_embed&utm_campaign=loading
ସାରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସୁଶାନ୍ତ ସିଂ ରାଜପୁତ ଏବଂ ସୈଫ ଅଲି ଖାନ ନଜର ଆସିଛନ୍ତି । ଫଟୋ କ୍ୟାପସନରେ ସାରା ଲେଖିଛନ୍ତି, ‘କେବଳ ଦୁଇଜଣ ଭଦ୍ରଲୋକ, ଯେଉଁମାନେ ମୋତେ ୱାନ୍ ଘୋଷ, ଟେଲିସ୍କୋପ୍, ତାରାମଣ୍ଡଳ, ଗିଟାର୍, କ୍ରିକେଟ୍, ପିଙ୍କ ଫ୍ଲାଏଡ୍, ନୁସରତ ସାବ ଏବଂ ଅଭିନୟ କୌଶଳକୁ ନେଇ ମୋ ସହ କଥା ହୋଇଛନ୍ତି । ତୁମ ଦୁହିଁଙ୍କ ମଧ୍ୟରେ ଏହି କଥା ସାଧାରଣ ଥିଲା ।
https://www.instagram.com/p/CDBHe9SH_Md/?utm_source=ig_embed&utm_campaign=loading
ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି
ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ତୁମକୁ ଦେଖିବା ପାଇଁ ମୋର ପ୍ରତ୍ୟେକ ମୁହୂର୍ତ୍ତର ଶକ୍ତି ଦରକାର । ତୁମେ ମୋ ସହିତ ମୋ ପାଖରେ ଅଛ, ମୁଁ ଜାଣେ ତୁମେ ଅଛ, ମୁଁ ତୁମକୁ ଏବଂ ତୁମର ପ୍ରେମକୁ ସେଲିବ୍ରେଟ୍ କରିବି । ମୋ ଜୀବନର ହିରୋ, ମୁଁ ଜାଣେ ତୁମେ ମଧ୍ୟ ଆମ ସହିତ ଏହାକୁ ଦେଖିବ | ‘