ଗେଷ୍ଟ ହାଉସରେ ଏକ୍ସଟ୍ରା ସର୍ଭିସ ଦେବାକୁ ଅଙ୍କିତାଙ୍କୁ କହୁଥିଲେ ମାଲିକ..

1 min read

 ନନ୍ଦିଘୋଷ ବ୍ୟୁରୋ: ଅଙ୍କିତା ଭଣ୍ଡାରୀ ମୃତ୍ୟୁ ରହସ୍ୟ ଉପରୁ ହଟୁଛି ପରଦା  । ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟଣା ଚକିତ କରିଛି  । ଏକ ହୋଟଲରେ ରିସେପସନରେ କାର୍ଯ୍ୟ କରୁଥିବା ଯୁବତୀଙ୍କ ମୃତ୍ୟୁ ପଛରେ କିଏ  । ଏକ କେନାଲରୁ ଅଙ୍କିତାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବାବେଳେ ଚାଲିଛି ଜୋରଦାର ତଦନ୍ତ  ।  ଆଉ ତଦନ୍ତରେ ସାମ୍ନାକୁ ଆସିଛି ଭୟଙ୍କର ସତ  । ଅଙ୍କିତା ଆତ୍ମହତ୍ୟା କରିନାହାଁନ୍ତି ବଂର ତାଙ୍କୁ ହତୟ୍ କରାଯାଇଛି  । ହତ୍ୟା ପୁଣି ଅନ୍ୟ କୌଣସି କାରଣକୁ ନେଇ ନୁହେଁ ବଂର ଶାରୀର୍କ ସମ୍ପର୍କକୁ ନେଇ  ।

ଉତ୍ତରାଖଣ୍ଡର ଋଷିକେଶର ଏକ ରିସୋର୍ଟରେ କାର୍ୟ୍ୟ କରୁଥିଲେ ଅଙ୍କିତା ଭଣ୍ଡାରୀ  । ଏକ ଗରୀବ ଶ୍ରେଣୀର ଝିଅ ହୋଇଥିବା ଅଙ୍କିତା ନିଜ ଗୋଡରେ ନିଜେ ଠିଆ ହେବାକୁ ଲାଗିଥିଲେ  । ନିଯୁକ୍ତି ପାଇ ଅର୍ଥ ରୋଜଗାର କରିୁଥିଲେ  । କିନ୍ତୁ ମୃତ୍ୟୁର ପୂର୍ବଦିନ ଅଙ୍କିତା ନିଜ ସାଙ୍ଗକ ଆଗରେ ବଖାଣିଥିଲେ ପୁରା ସତ  । ସେପ୍ଟେମ୍ବର ୧୭ ତାରିଖର ମୋବାଇଲ ଚାଟିଂ କହୁଛି ଘଟଣା ପଛରେ ଲୁଚି ରହିଥିବା ଗୁଢ ରହସ୍ୟ ସମ୍ବନ୍ଧରେ  ।

ହୋଟେଲକୁ ଭିଆଇପି ଗେଷ୍ଟ ଆସୁଥିଲେ ସ୍ପେସାଲ ସର୍ଭିସ ଯୋଗାଇ ଦେବାକୁ ଚାପ ପକାଯାଉଥିଲା  । କୁହାଯାଉଥିଲା ସ୍ପେସାଲ ସର୍ଭିସ ଦେବାକୁ ପଡ଼ିବ  । ଅଙ୍କିତା ସ୍ପେସାଲ ସର୍ଭିସର ଅର୍ଥ୍ ପଚାରିବାରୁ ତାଙ୍କୁ କୁହାଯାଇଥିଲା Vip ଗେଷ୍ଟଙ୍କୁ ସ୍ପା କରିବାକୁ ପଡ଼ିବ  । ଅଙ୍କିତା ଯେଉଁସମୟରେ ଏସମସ୍ କଥାକୁ ନେଇ କିଛି କହିଥିଲେ, ସେତବେଳେ ତାଙ୍କୁ କୁହାଯାଇଥିଲା କି ଅତିଥିଙ୍କୁ ସ୍ପେସାଲ ସର୍ଭିସ ଯୋଗାଇ ନଦେଲେ ତୁମକୁ ଚାକୀରରୁ କାଢି ଦିଆଯିବ  ।

ଅଙ୍କିତା ନିଜ ସାଙ୍ଗଙ୍କଗ ସହ କଥା ହୋଇଥିଲା ମୋବାଇଲ ଚାଟିରେ ଲୁଚି ରହିଛି ସମସ୍ତ କାହାଣୀ  । କାରଣ ଅଙ୍କିତାଙ୍କୁ ଗୋଟିଏ ରାତି ପାଇଁ ଅଫ୍ର କରାଯାଇଥିଲା ୧୦ ହଜାର ଟଙ୍କା ଅଫର କରାଯାଇଥିଲା  । କୁହାଯାଇଥିଲା ୧୦ ହଜାର ଟହ୍କା ବଦଲରେ ତୁମକୁ ସ୍ପେସାଲ ସର୍ଭିସ ଯୋଗାଇ ଦେବାକୁ ପଡିବ  । ତୁମେ ଗରୀବ ଘରର ଝିଅ ତେଣୁ ତୁମକୁ ଯାହା କୁହାଯାଉଛି, ସେଇୟା କରିବାକୁ ପଡ଼ିବ ବୋଲି ମଧ୍.ୟ କୁଭାଯାଇଥବା ଚାଟରୁ ଜଣା ପଡିଛି  ।

ଅଙ୍କିତାଙ୍କ ମୃତ ଦେହ ମିଳିବାର ସାତ ଦିନ ୱପୂର୍ବରୁ ଘଟିଥିଲା ଘଟଣା  । ରିସୋର୍ଟରେ ପହଁଚିଥିଲେ ମାଲିକ ପୁଲକିତ, ସୌରଭ ଏବଂ ଅଙ୍କିତ  । ଏମାନେ ସମସ୍ତେ ରିସୋର୍ଟରେ ସଂଧ୍ୟା ସାଢେ ୬ଟାରେ ପହଁଚିଥିଲେ  । ଏହାପରେ ଅଙ୍କିତାଙ୍କ ରୁମ୍କୁପ୍ରବେଶ କରିଥିଲେ  । ଆଉ ସେହି ସମୟରେ ସାହାଯ୍ୟ  ସାହାର୍ଯ୍ୟ ବୋଲି  ଆକୁଳ ଚିତ୍କାର କରୁଥାନ୍ତି  ।  ସେପଟେ ପୋଲିସ ପାଖରେ ପହଁଚିଛି  ଚାଞ୍ଚଲ୍ୟକର ଖୁଲାସା । ସିସିଟିଭି ଫୁଟଜରୁ ଜଣା ପଡିଛି ଯେଉଁ ଦିନ ଅଙ୍କିତା ନିଖୋଜ ହେଲେ, ସେହିଦିନ ଅଙ୍କିତାଙ୍କ ରୁମକୁ ୪ ଜଣ ଯୁବକ ଏଣ୍ଚ୍ରି କରିଥିଲେ୍‌  । ଏବଂ ଅଙ୍କିତାଙ୍କୁ ବାଇକରେ ବସାଇ କେଉଁଆଡ଼େ ନେଇଯାଇଥିଲେ  । କିନ୍ତୁ ଫେରିଲା ବେଳକୁ ଗାଡ଼ିକେ ଅଙ୍କିତା ନଥିଲେ   । ଆଉ ସେବେଠାରୁ ନିଖୋଜ ହୋଇଯାଆନ୍ତି ସରିତା….