ଗେଷ୍ଟ ହାଉସରେ ଏକ୍ସଟ୍ରା ସର୍ଭିସ ଦେବାକୁ ଅଙ୍କିତାଙ୍କୁ କହୁଥିଲେ ମାଲିକ..
1 min readନନ୍ଦିଘୋଷ ବ୍ୟୁରୋ: ଅଙ୍କିତା ଭଣ୍ଡାରୀ ମୃତ୍ୟୁ ରହସ୍ୟ ଉପରୁ ହଟୁଛି ପରଦା । ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟଣା ଚକିତ କରିଛି । ଏକ ହୋଟଲରେ ରିସେପସନରେ କାର୍ଯ୍ୟ କରୁଥିବା ଯୁବତୀଙ୍କ ମୃତ୍ୟୁ ପଛରେ କିଏ । ଏକ କେନାଲରୁ ଅଙ୍କିତାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବାବେଳେ ଚାଲିଛି ଜୋରଦାର ତଦନ୍ତ । ଆଉ ତଦନ୍ତରେ ସାମ୍ନାକୁ ଆସିଛି ଭୟଙ୍କର ସତ । ଅଙ୍କିତା ଆତ୍ମହତ୍ୟା କରିନାହାଁନ୍ତି ବଂର ତାଙ୍କୁ ହତୟ୍ କରାଯାଇଛି । ହତ୍ୟା ପୁଣି ଅନ୍ୟ କୌଣସି କାରଣକୁ ନେଇ ନୁହେଁ ବଂର ଶାରୀର୍କ ସମ୍ପର୍କକୁ ନେଇ ।
ଉତ୍ତରାଖଣ୍ଡର ଋଷିକେଶର ଏକ ରିସୋର୍ଟରେ କାର୍ୟ୍ୟ କରୁଥିଲେ ଅଙ୍କିତା ଭଣ୍ଡାରୀ । ଏକ ଗରୀବ ଶ୍ରେଣୀର ଝିଅ ହୋଇଥିବା ଅଙ୍କିତା ନିଜ ଗୋଡରେ ନିଜେ ଠିଆ ହେବାକୁ ଲାଗିଥିଲେ । ନିଯୁକ୍ତି ପାଇ ଅର୍ଥ ରୋଜଗାର କରିୁଥିଲେ । କିନ୍ତୁ ମୃତ୍ୟୁର ପୂର୍ବଦିନ ଅଙ୍କିତା ନିଜ ସାଙ୍ଗକ ଆଗରେ ବଖାଣିଥିଲେ ପୁରା ସତ । ସେପ୍ଟେମ୍ବର ୧୭ ତାରିଖର ମୋବାଇଲ ଚାଟିଂ କହୁଛି ଘଟଣା ପଛରେ ଲୁଚି ରହିଥିବା ଗୁଢ ରହସ୍ୟ ସମ୍ବନ୍ଧରେ ।
ହୋଟେଲକୁ ଭିଆଇପି ଗେଷ୍ଟ ଆସୁଥିଲେ ସ୍ପେସାଲ ସର୍ଭିସ ଯୋଗାଇ ଦେବାକୁ ଚାପ ପକାଯାଉଥିଲା । କୁହାଯାଉଥିଲା ସ୍ପେସାଲ ସର୍ଭିସ ଦେବାକୁ ପଡ଼ିବ । ଅଙ୍କିତା ସ୍ପେସାଲ ସର୍ଭିସର ଅର୍ଥ୍ ପଚାରିବାରୁ ତାଙ୍କୁ କୁହାଯାଇଥିଲା Vip ଗେଷ୍ଟଙ୍କୁ ସ୍ପା କରିବାକୁ ପଡ଼ିବ । ଅଙ୍କିତା ଯେଉଁସମୟରେ ଏସମସ୍ କଥାକୁ ନେଇ କିଛି କହିଥିଲେ, ସେତବେଳେ ତାଙ୍କୁ କୁହାଯାଇଥିଲା କି ଅତିଥିଙ୍କୁ ସ୍ପେସାଲ ସର୍ଭିସ ଯୋଗାଇ ନଦେଲେ ତୁମକୁ ଚାକୀରରୁ କାଢି ଦିଆଯିବ ।
ଅଙ୍କିତା ନିଜ ସାଙ୍ଗଙ୍କଗ ସହ କଥା ହୋଇଥିଲା ମୋବାଇଲ ଚାଟିରେ ଲୁଚି ରହିଛି ସମସ୍ତ କାହାଣୀ । କାରଣ ଅଙ୍କିତାଙ୍କୁ ଗୋଟିଏ ରାତି ପାଇଁ ଅଫ୍ର କରାଯାଇଥିଲା ୧୦ ହଜାର ଟଙ୍କା ଅଫର କରାଯାଇଥିଲା । କୁହାଯାଇଥିଲା ୧୦ ହଜାର ଟହ୍କା ବଦଲରେ ତୁମକୁ ସ୍ପେସାଲ ସର୍ଭିସ ଯୋଗାଇ ଦେବାକୁ ପଡିବ । ତୁମେ ଗରୀବ ଘରର ଝିଅ ତେଣୁ ତୁମକୁ ଯାହା କୁହାଯାଉଛି, ସେଇୟା କରିବାକୁ ପଡ଼ିବ ବୋଲି ମଧ୍.ୟ କୁଭାଯାଇଥବା ଚାଟରୁ ଜଣା ପଡିଛି ।
ଅଙ୍କିତାଙ୍କ ମୃତ ଦେହ ମିଳିବାର ସାତ ଦିନ ୱପୂର୍ବରୁ ଘଟିଥିଲା ଘଟଣା । ରିସୋର୍ଟରେ ପହଁଚିଥିଲେ ମାଲିକ ପୁଲକିତ, ସୌରଭ ଏବଂ ଅଙ୍କିତ । ଏମାନେ ସମସ୍ତେ ରିସୋର୍ଟରେ ସଂଧ୍ୟା ସାଢେ ୬ଟାରେ ପହଁଚିଥିଲେ । ଏହାପରେ ଅଙ୍କିତାଙ୍କ ରୁମ୍କୁପ୍ରବେଶ କରିଥିଲେ । ଆଉ ସେହି ସମୟରେ ସାହାଯ୍ୟ ସାହାର୍ଯ୍ୟ ବୋଲି ଆକୁଳ ଚିତ୍କାର କରୁଥାନ୍ତି । ସେପଟେ ପୋଲିସ ପାଖରେ ପହଁଚିଛି ଚାଞ୍ଚଲ୍ୟକର ଖୁଲାସା । ସିସିଟିଭି ଫୁଟଜରୁ ଜଣା ପଡିଛି ଯେଉଁ ଦିନ ଅଙ୍କିତା ନିଖୋଜ ହେଲେ, ସେହିଦିନ ଅଙ୍କିତାଙ୍କ ରୁମକୁ ୪ ଜଣ ଯୁବକ ଏଣ୍ଚ୍ରି କରିଥିଲେ୍ । ଏବଂ ଅଙ୍କିତାଙ୍କୁ ବାଇକରେ ବସାଇ କେଉଁଆଡ଼େ ନେଇଯାଇଥିଲେ । କିନ୍ତୁ ଫେରିଲା ବେଳକୁ ଗାଡ଼ିକେ ଅଙ୍କିତା ନଥିଲେ । ଆଉ ସେବେଠାରୁ ନିଖୋଜ ହୋଇଯାଆନ୍ତି ସରିତା….