ଉତ୍ତରାଖଣ୍ଡ ଅଙ୍କିତା ମର୍ଡର ମିଷ୍ଟ୍ରି, ପୁଲକିତର ରିସୋର୍ଟରେ ଚାଲିଥିଲା ଦେହ ବ୍ୟବସାୟ

1 min read

ଡେରାଡୁନ୍: ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା । ଖୋଲୁଛି ଅଭିଯୁକ୍ତଙ୍କ ଅପରାଧର ପେଡ଼ି । ରିସର୍ଟରେ ଚାଲିଥିଲା ଦୁଇ ନମ୍ବରୀ କାରବାର । ବାପା ବିଜେପି ନେତା ଥିବାରୁ ଖୁଲମଖୁଲା ଅପରାଧର ସାମ୍ରାଜ୍ୟ ଚଳାଇଥିଲା ପୁଲକିତ । ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟାଙ୍କ ବିରୋଧରେ ସାଂଘାତିକ ଖୁଲାସା କରିଛନ୍ତି ରିସର୍ଟର ପୂର୍ବତନ କର୍ମଚାରୀ । ବେଶ୍ୟାବୃତ୍ତି ଓ ଡ୍ରଗ୍ସ ହବ୍ ପାଲଟିଥିଲା ରିସର୍ଟ । ରିସର୍ଟକୁ ଆସୁଥିଲେ ସ୍ପେଶାଲ ଗେଷ୍ଟ । ସେମାନଙ୍କୁ ପାଇଁ ବିଭିନ୍ନ ସମୟରେ ଝିଅମାନଙ୍କୁ ଅଣାଯାଉଥିଲା ।

ଏପରିକି ରୁମରେ ଗଞ୍ଜେଇ, ଡ୍ରଗ୍ସ ଓ ଦାମୀ ମଦର ବନ୍ଦୋବସ୍ତ କରାଯାଉଥିଲା ବୋଲି ପୂର୍ବତନ କର୍ମଚାରୀ ବୟାନ ରଖିଛନ୍ତି । ଏହାଛଡ଼ା ରିସର୍ଟରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଥିଲା । ଚାକିରି ଛାଡ଼ୁଥିବା କର୍ମଚାରୀଙ୍କୁ ମିଛ ମାମଲାରେ ଫସାଉଥିଲେ ବିଜେପି ନେତାଙ୍କ ପୁଅ । ଅଙ୍କିତା ମର୍ଡର କେସକୁ ନେଇ SIT ତଦନ୍ତ କରୁଥିବା ବେଳେ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ରିସର୍ଟର ପୂର୍ବତନ କର୍ମଚାରୀ । ପୂର୍ବତନ କର୍ମଚାରୀଙ୍କ ବୟାନ ଆଧାରରେ ସେ ଦିଗରେ ତଦନ୍ତ କରାଯିବ ବୋଲି ସ୍ୱତନ୍ତ୍ର ଯାଞ୍ଚ କମିଟି ପକ୍ଷରୁ କୁହାଯାଇଛି ।