ଭାରତ ନୁହେଁ କି ପାକିସ୍ତାନ, ଏହି ଦେଶରେ ରହିବାକୁ ଚାହୁଁଛନ୍ତି ଅଞ୍ଜୁ

ନୂଆଦିଲ୍ଲୀ: ଫେସବୁକରୁ ପ୍ରେମ ଆଉ ପାକିସ୍ତାନରେ ବିବାହ । ଭାରତରୁ ଯାଇ ପାକିସ୍ତାନରେ ବିବାହ କରିଥିବା ଅଞ୍ଜୁ ଭାରତ ଫେରି ଆସିବା ପରେ ସେ କେଉଁଠି ରହିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗଣମାଧ୍ୟମରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ଅଞ୍ଜୁ କହିଛନ୍ତି କି, ସେ ଭାରତ କିମ୍ବା ପାକିସ୍ତାନରେ ରହିବେନି । ସେ ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ ସହ ଦୁବାଇରେ ରହିବାକୁ ଚାହାଁନ୍ତି । ତେବେ ଅଞ୍ଜୁଙ୍କୁ ପଚରା ଯାଇଥିବା କିଛି ପ୍ରଶ୍ନର ଉତ୍ତର କିଭଳି ରଖିଥିଲେ ସେ ଉପରେ ନଜର ପକାନ୍ତୁ ।

ପ୍ରଶ୍ନ: ଆପଣଙ୍କୁ କେଉଁ ନାମରେ ଡାକିବୁ? ଫାତିମା ନାଁ ଅଞ୍ଜୁ

ଉତ୍ତର: ମୋର ପ୍ରକୃତ ନାମ ଅଞ୍ଜୁ ଆପଣ ଯେଉଁ ନାମରେ ଡାକିପାରିବେ

ପ୍ରଶ୍ନ: ପାକିସ୍ତାନ ଯାଇଥିଲେ ଭାରତ କାହିଁକି ଫେରିଲେ?

ଉତ୍ତର: ଭାରତ ମୋର ମାତୃଭୂମି । ମୁଁ ଭିସା ନେଇ ପାକିସ୍ତାନ ଯାଇଥିଲି । ଭାରତ ହେଉଛି ମୋର ମା’ ଏବଂ ପାକିସ୍ତାନ ହେଉଛି ପ୍ରେମ । ମୁଁ ଯେତିକି ଭଲପାଏ ସେତିକି ପ୍ରେମ କରେ  । ମୋ ଯୋଜନା ଅନୁସାରେ ଯାଇଥିଲି । ଏବେ ଫେରି ଆସିଲି ।

ପ୍ରଶ୍ନ: ପାକିସ୍ତାନରେ କିଭଳି ପ୍ରେମ ମିଳିଲା?

ଉତ୍ତର: ସେଠାରେ ଲୋକମାନେ ମୋତେ ବହୁତ ଭଲ ପାଆନ୍ତି । ସେଠାକାର ଲୋକ ବହୁତ ଭଲ ।

ପ୍ରଶ୍ନ: ଆପଣଙ୍କ ପିଲାମାନେ ତୁମଠାରୁ ଦୂରେଇ ଯାଇଛନ୍ତି କ’ଣ କହିବେ?

ଉତ୍ତର: ସମୟ ସେମାନଙ୍କୁ ବଦଳାଇ ଦେଇଛି । ପରିସ୍ଥିତି ପାଇଁ ବାଧ୍ୟ ହୋଇ ବଦଳିଛନ୍ତି ।

ପ୍ରଶ୍ନ: ଆପଣ ପିଲାଙ୍କୁ ନେଇ ପାକିସ୍ତାନ ଯାଇ ସେଠାକାର ସ୍ବାମୀଙ୍କ ସହ ରହିବେ କି?

ଉତ୍ତର: ପିଲାମାନେ ଯଦି ରାଜି ହୁଅନ୍ତି ସେମାନଙ୍କୁ ନେବି । କିନ୍ତୁ ଆମେ ପାକିସ୍ତାନରେ ରହିବୁନି । ତୃତୀୟ ଦେଶ ହିସାବରେ ଦୁବାଇ ପଳାଇବୁ ।