spot_img

Latest Posts

ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ ‘ଆନିମଲ୍’ର ଝଲକ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ନିଜର ଅପକମିଂ ଫିଲ୍ମ ‘ଆନିମଲ୍’ ପାଇଁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ଅଭିନେତା ରଣବୀର କପୁର । ଏହି ଫିଲ୍ମ ଡିସେମ୍ବରରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଥିବାବେଳେ ଅଭିନେତା ଏହାର ପ୍ରମୋସନ୍ ଜୋରଦାର କରୁଥିବା ନଜର ଆସୁଛନ୍ତି ।

ଦୁବାଇର ସବୁଠୁ ବଡ଼ ଟାୱାର ବୁର୍ଜ ଖଲିଫାରେ ରଣବୀର କପୁରଙ୍କ ‘ଆନିମଲ’ର ଝଲକ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ୬୦ ସେକେଣ୍ଡର ଏକ ଭିଡିଓ ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେବ । ତେବେ ଏହି ୬୦ ସେକେଣ୍ଡ ଭିଡିଓରେ ଫିଲ୍ମର କେଉଁ ଦୃଶ୍ୟ ଦେଖାଯିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ରଣବୀର କପୁର ପ୍ରଥମ ଥର ପାଇଁ ରଶ୍ମିକା ମନ୍ଦନା ଏବଂ ବବି ଦେଓଲଙ୍କ ସହ ସ୍କ୍ରିନ ଶେୟାର କରୁଛନ୍ତି। ଏହା ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅନିଲ କପୁର ଏବଂ ତୃପ୍ତି ଡିମରି ମଧ୍ୟ ଲିଡ୍ ରୋଲରେ ନଜର ଆସିବେ। ରଣବୀରଙ୍କ ବାପାଙ୍କ ଭୂମିକାରେ ଅନିଲ କପୁର ଦେଖିବାକୁ ମିଳୁଥିବାବେଳେ ରଶ୍ମିକା ମନ୍ଦନା ରଣବୀରଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Latest Posts

Don't Miss