spot_img

Latest Posts

ଆଜିର ଦିନରେ ପାକିସ୍ତାନର ନିଦ ହଜାଇଥିଲେ କୁମ୍ବଲେ

ବ୍ୟୁରୋ ରୁପୋର୍ଟ: ଆଜିର ଦିନରେ ପାକିସ୍ତାନର  ନିଦ ହଜାଇଥିଲେ ଅନୀଲ କୁମ୍ବଲେ । ଫେବୃଆରୀ ୭, ୧୯୯୯ ମସିହାରେ ପାକିସ୍ତାନର ସମସ୍ତ ଓ୍ବିକେଟ ଅକ୍ତିଆର କରିଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ। ଏହାରି ଭିତରେ ୨୫ ବର୍ଷ ବିତି ଯାଇଛି ସତ। କିନ୍ତୁ ଆଜି ମଧ୍ୟ କୁମ୍ବଲେଙ୍କ ରେକର୍ଡ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି। ବିଶ୍ବର ଦ୍ବିତୀୟ ବୋଲର ଭାବେ କୁମ୍ବଲେ ଗୋଟିଏ ପାଳିରେ ୧୦ ଓ୍ବିକେଟ ଅକ୍ତିଆର କରିଥିବା ବୋଲର।

୧୯୯୯ ମସିହା ଫେବୃଆରୀ ୪ରୁ ପାକିସ୍ତାନ ବିପକ୍ଷରେ ଭାରତ ଦିଲ୍ଲୀରେ ଖେଳୁଥିଲା ଟେଷ୍ଟ। ଆଉ ଏହି ଟେଷ୍ଟ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୨ ରନ୍ କରିଥିଲା। ପରେ ପାକିସ୍ତାନ ପ୍ରଥମ ପାଳିରେ ୧୭୨ ରନରେ ଅଲଆଉଟ ହୋଇଥିଲା। କୁମ୍ବଲେ ୪ ଓ୍ବିକେଟ ଅକ୍ତିଆର କରି ଭାରତୀୟ ପ୍ରଶଂସକଙ୍କ ମନରେ ଖୁସି ଭରି ଦେଇଥିଲେ।

ଏହାପରେ ଭାରତ ଦ୍ବିତୀୟ ପାଳିରେ ୩୩୯ ରନର କରିଥିବାବେଳେ ପାକିସ୍ତାନ ଆଗରେ ୪୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା। ସାହିଦ ଆଫ୍ରିଦ ଏବଂ ଅନଓ୍ବରଙ୍କ ଯୋଡ଼ି ଭାରତୀୟ ବୋଲରଙ୍କୁ ସମ୍ଭାଳି ଖେଳୁଥିବାବେଳେ ୧୦୧ ରନର ପାର୍ଟନରସିପ କରିଥିଲେ। ଏମିତି ଲାଗୁଥିଲା କି, ପାକିସ୍ତାନ ସପକ୍ଷରେ ମ୍ୟାଚ୍ ଯିବ। ମାତ୍ର କୁମ୍ବଲେଙ୍କ ବୋଲିଂର ଯାନୁରେ ଧରାଶାୟୀ ହୋଇଥିଲେ ପାକ ବ୍ୟାଟ୍ସମ୍ୟାନ। କୁମ୍ବଲେ ଦ୍ବିତୀୟ ପାଳିରେ ପାକିସ୍ତାନର ୧୦ଟି ଯାକ ଓ୍ବିକେଟ ନେଇ ନୂଆ ଇତିହାସ ସୃଷ୍ଟି କରିଥିଲେ।

Latest Posts

Don't Miss