spot_img

Latest Posts

ସୋସିଆଲ୍ ମିଡିଆରେ ଅନିଲ୍ ଓ ଅନୁରାଗଙ୍କ ଭିତରେ କଥା କଟାକଟି

ମୁମ୍ବାଇ: ସୋସିଆଲ୍ ମିଡିଆରେ କେତେବେଳେ କାହା ଭିତରେ କଥା କଟାକଟି ଆରମ୍ଭ ହୋଇଯାଏ, ସେ ବିଷୟରେ କିଛିବି ଜଣାପଡେ ନାହିଁ । ଏଇ ଯେମିତି ବଲିଉଡର ଦିଗଜ୍ ଅଭିନେତା ଅନିଲ୍ କୁମାର ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟମଙ୍କ ମଧ୍ୟ ଟ୍ୱିଟର ଓ୍ୱାର୍ ଦେଖାଦେଇଛି ।

ସୋସିଆଲ୍ ମିଡିଆରେ ଦୁହେଁ ଦୁହିଁଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରିବା ସହିତ ପରସ୍ପରର କ୍ୟାରିୟରର ମଜାକ ଉଡାଇବାକୁ ପଛାଇ ନାହାଁନ୍ତି ।

ତେବେ ଏହି ଘଟଣା ସେତେବେଳେ ଆରମ୍ଭ ହେଲା ଯେତେବେଳେ ଅନିଲ୍ କପୁର ଦିଲ୍ଲୀ କ୍ରାଇମ ସିରିଜ ଟିମର ପ୍ରଶଂସାରେ ଏକ ଟ୍ୱିଟ୍ କରିଥିଲେ । ସେ ଟ୍ୱିଟରେ ଉଲ୍ଲେଖ କରିଥିଲେ, ‘ଭଲ ଲାଗେ ଯେତେବେଳେ କେହି ଅନ୍ତର୍ଜାତୀୟ ସ୍ତରରେ ପରିଚୟ ବନାଇଥାଏ ।

ଏହି ଟ୍ୱିଟରେ କମେଣ୍ଟ ଦେଇ ଅନୁରାଗ ଲେଖିଥିଲେ, ଭଲ ଲାଗିଲା ଯେ କିଛି ଲୋକଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ମିଳୁଛି। ହେଲେ ଆପଣଙ୍କ ଓସ୍କାର କୁଆଡେ ଗଲା?  ନା ନୋମିନେସନ?

ସେହିପରି ଅନୁରାଗଙ୍କୁ କମେଣ୍ଟ କରି ଅନିଲ୍ ଲେଖିଛନ୍ତି ଯେ ଯେତେବେଳେ ଟିଭିରେ ସ୍ଲମଡଗ୍ ମିଲେନିୟରକୁ ଓସ୍କାର ଜିତିଥିବା ଦେଖିବାକୁ ମିଳିଲା, ସେତେବେଳେ ତମେ ଓସ୍କାର ପାଖାପାଖି ଆସିପାରିଥିଲ । ତୁମ ଦ୍ୱାରା କିଛି ହେବନି।

ଯାହାପରେ ଦୁହିଁଙ୍କ ଭିତରେ ଏହି ବିବାଦ ବଢିବାରେ ଲାଗିଥିଲା ।

 

Latest Posts

Don't Miss