ଖବର ସରବରାହ ସଂସ୍ଥା ANI ଆକାଉଣ୍ଟକୁ ଲକ୍ କଲା ଟ୍ୱିଟର
1 min readଭୁବନେଶ୍ୱର ବ୍ୟୁରୋ: ଭାରତରେ ସବୁଠୁ ବଡ଼ ଖବର ସରବରାହ ସଂସ୍ଥା ଏନଏନଆଇ ର ଆକାଉଣ୍ଟ ଟ୍ୱିଟରରେ ଆଉ ଦେଖିବାକୁ ମିଳୁନି । ପ୍ରତି ସେକଣ୍ଡରେ ଖବର ଅପଡେଟ କରୁଥିବା ଏନଏନଆଇର ଟ୍ୱିଟର ହ୍ୟାଣ୍ଡେଲକୁ ଲକ୍ କରି ଦେଇଛି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର । ଏଏନଆଇର ସମ୍ପାଦକ ସ୍ମିତା ପ୍ରକାଶ କହିଛନ୍ତି ଯେ ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମକୁ ଚଳାଇବା ପାଇଁ ନ୍ୟୁନତମ ଆୟୁ ମାନଦଣ୍ଡ ପୂରଣ ନକରିଥିବା କାରଣରୁ ଟ୍ୱିଟର ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ଏଏନଆଇ) ଆକାଉଣ୍ଟକୁ ବନ୍ଦ କରିଦେଇଛି ।
ନ୍ୟୁଜ ଏଜେନ୍ସିର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଆକାଉଣ୍ଟ ଉପଲବ୍ଧ ନାହିଁ ବୋଲି ମେସେଜ୍ ଦେଖାଯାଉଛି । ସ୍ମିତା ପ୍ରକାଶ ଟ୍ୱିଟରରୁ ଆସିଥିବା ମେଲର ସ୍କ୍ରିନସଟ୍ ସେୟାର କରି କହିଛନ୍ତି ଯେ, ଏଏନଆଇର ହ୍ୟାଣ୍ଡେଲ ଲକ୍ କରିଦିଆଯାଇଛି । ମେଲରେ ଲେଖାଯାଇଛି ଯେ, ଟ୍ୱିଟର ଆକାଉଣ୍ଟ ବନାଇବା ପାଇଁ ଆପଣଙ୍କ ବୟସ ଅତିକମରେ ୧୩ ବର୍ଷ ହେବା ଆବଶ୍ୟକ । ଟ୍ୱିଟର ନିର୍ଦ୍ଧାରିତ କରିଛି ଯେ ଆପଣ ଏହି ବୟସ ଆବଶ୍ୟକତାକୁ ପୂରଣ କରିନାହାନ୍ତି ସେଥିପାଇଁ ଆପଣଙ୍କ ଆକାଉଣ୍ଟ ଲକ୍ କରିଦିଆଯାଇଛି ଏବଂ ଟ୍ୱିଟରରୁ ହଟାଇ ଦିଆଯିବ ।
ସ୍ମିତା ପ୍ରକାଶ ଟ୍ୱିଟ କରିଛନ୍ତି, ”ଯେଉଁ ଲୋକମାନେ ଏଏନଆଇକୁ ଫଲୋ କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର । ଟ୍ୱିଟର କମ୍ପାନୀ ଭାରତର ସବୁଠୁ ବଡ଼ ସମାଚାର ଏଜେନ୍ସି, ଯାହାର ୭.୬ ମିଲିୟନ ଫଲୋୟର୍ସ ରହିଛି, ତାକୁ ବନ୍ଦ କରିଦେଇଛି ଏବଂ ଏହି ମେଲ୍ ପଠାଇଛି- ୧୩ ବର୍ଷରୁ କମ୍ ବୟସ- ଆମର ଗୋଲ୍ଡ ଟିକ୍ ପୂର୍ବରୁ ପ୍ରତ୍ୟାହାର କରାଯାଇଥିଲା, ସେ ସ୍ଥାନରେ ବ୍ଲୁ ଟିକ୍ ଲଗାଯାଇଥିଲା ଏବଂ ଏବେ ଲକ୍ ଆଉଟ୍ ହୋଇଯାଇଛି ।”