spot_img

Latest Posts

ଗୁଳିମାଡରେ ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଗୁଳିକାଣ୍ଡ। ସହରର ଶିକ୍ଷକପଡା ନିକଟରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଗୁରୁତର ହୋଇଛନ୍ତି।ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅନୁଗୁଳ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଭବାନୀ ଶଙ୍କର ପ୍ରଧାନ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ଜଣେ ବନ୍ଧୁ ବିଶ୍ଵଜିତ ମିତ୍ର ଶିକ୍ଷକପଡା ସ୍ଥିତ ଇକୋ ପାର୍କ ସମ୍ମୁଖରେ ଛିଡା ହୋଇଥିବାବେଳେ ହୋଇଥିଲା ଗୁଳିମାଡ଼। ଏକ ମୋଟରସାଇକେଲରେ ହଠାତ ତିନି ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିବା ସହ ଜଣେ ଏକ ବନ୍ଧୁକରୁ ଭବାନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଭବାନୀଙ୍କ ପେଟରେ ବାଜିଥିଲା। ଏହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ ଏକ ଲୁହା ରଡରେ ବିଶ୍ୱଜିତଙ୍କୁ ମଧ୍ୟ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲେ। ବିଶ୍ଵଜିତଙ୍କ ସହ ସ୍ଥାନୀୟ ଲୋକେ ଭବାନୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ତାହା ଜଣା ପଡିନାହିଁ।

Latest Posts

Don't Miss