ପ୍ରଦୂଷଣ ବଳୟରେ ଛନ୍ଦି ହେଲାଣି ଅନୁଗୁଳ, ଛେଣ୍ଡିପଦାରେ ଖଣି ପାଇଁ ଗଛ କଟାକୁ ବିରୋଧ
1 min readଅନୁଗୁଳ : ପ୍ରଦୂଷଣର ବଳୟରେ ଛନ୍ଦି ହୋଇଗଲାଣି ଅନୁଗୁଳ। ଛେଣ୍ଡିପଦାରେ କିଛି ଖଣି ପାଇଁ ଗଛ କଟା ଆରମ୍ଭ ହୋଇଗଲାଣି । ଯାହାକୁ ବିରୋଧ କରିଛନ୍ତି ଲୋକ । ଛେଣ୍ଡିପଦା ଅଞ୍ଚଳରେ ସିଙ୍ଗରାଣୀ କମ୍ପାନୀ ଖଣି କରିବା ପାଇଁ ଆରମ୍ଭ କରିଛି ଗଛ କଟା। ଏହି ଖଣି ପାଇଁ ଛେଣ୍ଡିପଦା ଜଙ୍ଗଲରୁ ପ୍ରାୟ ୧ ଲକ୍ଷ ୬ ହଜାର ଗଛ କାଟିବାକୁ ପ୍ରଶାସନ ଓ ସରକାର ଅନୁମତି ଦେଇଛନ୍ତି। ତେବେ ଏତେ ସଂଖ୍ୟକ ଗଛ କାଟିଦେଲେ ଛେଣ୍ଡିପଦାର ପ୍ରଦୂଷଣ ମାତ୍ର ଯାହା ଅଛି ତାହା ବହୁ ମାତ୍ରାରେ ବଢିଯିବ । ଏଥିପାଇଁ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ଓ ଅଞ୍ଚଳବାସୀ ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାର ମା ପାଇଁ ଗଛଟିଏ ନାରା ଦେଇ ଥିଲେ । ଏବେ ସେହି ସରକାର ଲକ୍ଷ ଲକ୍ଷ ବଡ଼ ବଡ଼ ଗଛ କାଟିବାକୁ ଅନୁମତି ଦେଇ ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ପ୍ରଦୂଷଣର ମାତ୍ରା ଯେଉଁଠି ଢେର ଅଧିକ ସେହି ଅଞ୍ଚଳରେ ଗଛ ଲଗାଇବା ପ୍ରତିବଦଳରେ ଗଛ କାଟିଲେ ଅଞ୍ଚଳବାସୀଙ୍କ ଉପରେ କଣ ପ୍ରଭାବ ପଡିବ ତାହା ସମସ୍ତଙ୍କୁ ଜଣା । ଏଥିପାଇଁ ଲୋକେ ନ୍ଯାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଆଶ୍ରୟ ନେଇଛନ୍ତି। NGTରୁ ଏବେ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନକୁ ନୋଟିସ ଆସିଛି। ଖୁବ ଶୀଘ୍ର NGT ଏହାର ଶୁଣାଣି କରିବ ଆଉ ଲୋକ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ।